ଇରାନରେ ଫସିଛନ୍ତି ୯ ହଜାର ଭାରତୀୟ
ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଦ୍ୱାଦଶ ଦିବସରେ ପହଂଚିଛି । କେହି କାହାରିକୁ ଛାଡ଼ିବାକୁ ନାରାଜ ।
ଗୋଟିଏ ପଟେ ମଧ୍ୟପ୍ରାଚ୍ୟର ବିଭିନ୍ନ ରାଷ୍ଟ୍ରରେ ଥିବା ଆମେରିକାର ସୈନ୍ୟ ଘାଟି, ଯୁଦ୍ଧପୋତ ଏବଂ ଇସ୍ରାଏଲର ସୈନ୍ୟ ଘାଟି ଓ ଦୁବାଇର ବିଭିନ୍ନ ସହର ଉପରେ ଇରାନ ତା’ର ବାଲାଷ୍ଟିକ ମିସାଇଲ୍ ମାଡ଼ ଜାରି ରଖିଛି ।
ଅନ୍ୟପଟେ ଆମେରିକା ଓ ଇସ୍ରାଏଲ ମଧ୍ୟ ଇରାନକୁ ସମ୍ପୂର୍ଣ୍ଣ ଭାବେ ପରାସ୍ତ କରିବା ପାଇଁ ଜୋରଦାର ଆକ୍ରମଣ ଓ ବୋମାମାଡ଼ ଚଳାଇଛନ୍ତି ।
ଏଭଳି ଘମାଘୋଟ ଲଢ଼େଇ ଭିତରେ ଇରାନରେ ଫସି ରହିଛନ୍ତି ପ୍ରାୟ ୯ ହଜାର ଭାରତୀୟ ।
ଏନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେବା ସହ ସେମାନଙ୍କ ସୁରକ୍ଷିତ ଉଦ୍ଧାର ଏବଂ ସ୍ୱଦେଶ ପ୍ରତ୍ୟାବର୍ତନ ପାଇଁ ଇରାନ ସହିତ ଆଲୋଚନା ଜାରି ରହିଥିବା ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସ୍ୱାଲ ଏବଂ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର କହିଛନ୍ତି ।