ଜାତୀୟ ପତାକାକୁ ଅସମ୍ମାନ, ଅଡୁଆରେ ହାର୍ଦ୍ଦିକ
୨୦୨୬ ଟି-୨୦ ବିଶ୍ୱକପ୍ ବିଜୟ ପରେ ହାର୍ଦ୍ଦିକ ପାଣ୍ଡ୍ୟା ଏକ ଆଇନଗତ ସମସ୍ୟାରେ ଫଶିଯାଇଛନ୍ତି । ତାଙ୍କ ବିରୋଧରେ ଜାତୀୟ ପତାକାକୁ ଅସମ୍ମାନ କରିଥିବା ଅଭିଯୋଗ ହୋଇଛି ।
ପୁଣେର ଜଣେ ଓକିଲ ସେ ଜାତୀୟ ପତାକାକୁ ଅସମ୍ମାନିତ କରିଥିବା ଅଭିଯୋଗ ଆଣିଛନ୍ତି । ସ୍ଥାନୀୟ ଶିବାଜୀନଗର ପୁଲିସ ଷ୍ଟେସନରେ ୱାଜିଦ ଖାଁ ଅଭିଯୋଗ ଦାଏର କରିଛନ୍ତି । ହାର୍ଦ୍ଦିକ ସେଲିବ୍ରେସନ ସମୟରେ ଜାତୀୟ ପତାକାକୁ ଗୁଡାଇ ଗାର୍ଲଫ୍ରେଣ୍ଡ ସହ ଷ୍ଟାଡ଼ିୟମରେ ଶୋଇ ପଡ଼ିଥିଲେ ।
ଯାହାକି ଜାତୀୟ ପତାକା ପ୍ରତି ଅସମ୍ମାନ ବୋଲି ଅଭିଯୋଗ ହୋଇଛି । କ୍ରିକେଟଙ୍କ ବିରୋଧରେ ଏଫ୍ଆଇଆର ରୁଜୁ କରିବା ପାଇଁ ସେ ଦାବି କରିଛନ୍ତି । ପୁଲିସ ଅବଶ୍ୟ ଏକ ପର୍ଯ୍ୟନ୍ତ ଏଫ୍ଆଇଆର୍ ରୁଜୁ କରି ନଥିବା ଜଣାପଡ଼ିଛି ।
ହାର୍ଦ୍ଦିକ ତାଙ୍କ ନୂଆ ପ୍ରେମିକା ମାହିକା ଶର୍ମାଙ୍କ ସହ ଖୁସି ମନାଉଥିଲେ । ହାର୍ଦ୍ଦିକଙ୍କ ଆଚରଣ ଜାତୀୟ ପତାକାର ମର୍ଯ୍ୟାଦା ବିରୋଧୀ । ତେଣୁ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ।
ଜାତୀୟ ପତାକାକୁ ସମ୍ମାନ କରିବା ପ୍ରତ୍ୟେକ ଭାରତୀୟ ନାଗରିକଙ୍କ କର୍ତବ୍ୟ । ତ୍ରିରଙ୍ଗା ଘୋଡାଇ ଅନୁପଯୁକ୍ତ ବ୍ୟବହାର ପ୍ରଦର୍ଶନ କରିବା ଏକ ଅପମାନ ବୋଲି ଓକିଲ ଜଣକ କହିଛନ୍ତି ।