ଏଏସ୍ଆଇଙ୍କ ଘରୁ ବିଦେଶୀ ଟଂକା ଜବତ
ଶ୍ରୀ ଦାସଙ୍କ ଘରେ ଚଢ଼ଉ କରାଯାଇ ୩.୩୧ ଲକ୍ଷ ଟଂକା ଜବତ
ରାଜ୍ୟ ଦୁର୍ନୀତି ନିବାରଣ ଶାଖା (ଭିଜିଲାନ୍ସ) ଆଜି ଏକ ବଡ଼ ସଫଳତା ହାସଲ କରିଛି । ରାଜଗାଂଗପୁର ବଡ଼ଗାଁ ଥାନା ଆନା ଏଏସ୍ଆଇ ଅରୁପାନନ୍ଦ ଦାସଙ୍କୁ ଲାଂଚ ନେବା ଅଭିଯୋଗରେ ଭିଜିଲାନ୍ସ ଅଧିକାରୀ ଗିରଫ କରିଛନ୍ତି ।
ସେ ଜନୈକ ମଦ ବ୍ୟବସାୟୀଙ୍କ ଠାରୁ ୨୫ ହଜାର ଟଂକା ଲାଂଚ ନେଉଥିବାବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରିନେଇ ତାଙ୍କ ଠାରୁ ରସାୟନବୋଳା ଟଂକା ଜବତ କରିଥିଲେ ।
ତେବେ ଶ୍ରୀ ଦାସଙ୍କ ଘରେ ଚଢ଼ଉ କରାଯାଇ ୩.୩୧ ଲକ୍ଷ ଟଂକା ଜବତ କରାଯାଇଛି । ସେଥିମଧ୍ୟରୁ ବିଦେଶୀ ଟଂକା ଥିବା ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ ହୋଇଥିଲେ ।