ନରୱେ, ରୁଷରୁ ଏଲ୍ପିଜି ଆଣିବ ଭାରତ
ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ହର୍ମୁଜ ପ୍ରଣାଳୀ ଦେଇ ଏଲ୍ପିଜି ଆମଦାନୀ ପ୍ରଭାବିତ ହୋଇଛି, ଯାହାଦ୍ୱାରା ଏଲ୍ପିଜି ଉପଲବ୍ଧ କ୍ଷେତ୍ରରେ ସମସ୍ୟା ଦେଖାଦେଇଛି । ତେବେ ମଧ୍ୟପ୍ରାଚ୍ୟର ଯେଉଁ ସମସ୍ତ ଦେଶରେ ଏଲ୍ପିଜି ଉପଲବ୍ଧ ରହିଛି, ସେଠାରୁ ତାହା ଅଣାଯାଉଛି ।
ଏହା ବ୍ୟତୀତ ଆମେରିକା, ନରୱେ, କାନାଡା ଓ ରୁଷରୁ ଏଲ୍ପିଜି ଆଣିବା ପାଇଁ ମଧ୍ୟ ଉଦ୍ୟମ ହେଉଛି ବୋଲି ତୈଳମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି । ଯୁଦ୍ଧ କାରଣରୁ ସୃଷ୍ଟି ହୋଇଥିବା ଯୋଗାଣରେ ବ୍ୟାଘାତକୁ ନଜରରେ ରଖି ଏବେ ବିଭିନ୍ନ ଉତ୍ସରୁ ଗ୍ୟାସ୍ ଆଣିବା ଉପରେ ସରକାର କାର୍ଯ୍ୟ କରୁଛନ୍ତି ।
ଅଶୋଧିତ ତୈଳ ସମ୍ପର୍କରେ ଶ୍ରୀ ପୁରୀ କହିଛନ୍ତି ଯେ ଅଣ ମଧ୍ୟପ୍ରାଚ୍ୟ ଅଂଚଳରୁ ୭୦ ପ୍ରତିଶତ ତେଲ ଆମେଦାନୀ କରୁଛି । ସେଥିପାଇଁ ଯୁଦ୍ଧ ଦ୍ୱାରା ଭାରତର ତୈଳ ବଜାର ବିଶେଷ ପ୍ରଭାବ ହେବ ନାହିଁ । ପେଟ୍ରୋଲ ଓ ଡିଜେଲ୍ ଦର ସ୍ଥିର ରହିଛି । ପ୍ରାୟ ସବୁଦିନ ଏଲ୍ଏନ୍ଜି ଜାହାଜ ଭାରତରେ ପହଂଚୁଛି ।
ଦେଶରେ ଯଥେଷ୍ଟ ପରିମାଣର ଏଲଏନ୍ଜି ରହିଛି । ଯୁଦ୍ଧ ଲାଗି ରହିଲେ ସ୍ଥିତି ବିଶେଷ କିଛି ବିଗିଡ଼ିବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଉପଲବ୍ଧତା ଆଧାରରେ ପୁଣିଥରେ ତାହାର ଯୋଗାଣ ଆରମ୍ଭ ହୋଇଛି । ୨୦ପ୍ରତିଶତ ବାଣିଜ୍ୟିକ ଏଲ୍ପିଜି ଦେବାକୁ ସରକାର ନିଷ୍ପତି ନେଇଛନ୍ତି ।