୮କୋଟି ହେରୋଇନ ଜବତ
ଜାମ୍ମ୍ୁ-କାଶ୍ମୀର ପୁଲିସ ବୁଧବାର ରାତିରେ ଜାମ୍ମୁ ଜିଲା ଅନ୍ତର୍ଗତ ବାହାଦୁରାପୁର ଗ୍ରାମ ନିକଟସ୍ଥ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରୁ ୮କୋଟି ଟଙ୍କାର ହେରୋଇନ ଜବତ କରିଛି ।
ଖୋଲା ପଡ଼ିଆରେ ଏକ ପ୍ୟାକେଟ୍ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ । ଉକ୍ତ ପ୍ୟାକେଟ୍ରେ ୧.୫କିଲୋ ଓଜନର ହେରୋଇନ ରହିଥିବା ପୁଲିସ ଜାଣିପାରିଥିଲା ।
ଆନ୍ତର୍ଜାତିକ ବଜାରରେ ଏହାର ଆନୁମାନିକ ମୂଲ୍ୟ ୮କୋଟି ଟଙ୍କା ହେବ । ପାକିସ୍ତାନ ପଟୁ ଏହି ପ୍ୟାକେଟ୍କୁ ଡ୍ରୋନ୍ ଯୋଗେ ଭାରତ ସୀମାରେ ପକାଯାଇଥିବା ପୁଲିସ ଅନୁମାନ କରୁଛି ।