ପୁଣି ଉତୁରିଲା ପାକିସ୍ତାନ
ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ପୁଣି ଆକ୍ରମଣ ଜାରି ରହିବାଦ୍ୱାରା ଉତେଜନା ପ୍ରଶମିତ ହେବା ପରିବର୍ତେ ବୃଦ୍ଧି ପାଇବାକୁ ଲାଗିଛି । ଆଫଗାନିସ୍ତାନ ପକ୍ଷରୁ ଦାବି କରାଯାଇଛି ଯେ ପାକିସ୍ତାନର ସେନାମାନେ ବହୁ ଅଂଚଳରେ ଆକ୍ରମଣ ଜାରି ରଖିଛି । ଯାହାଦ୍ୱାରା ବହୁ ଲୋକଙ୍କ ଘର ଭାଙ୍ଗି ଧ୍ୱଂସ ହୋଇପଡ଼ିଥିବାବେଳେ ଅନେକେଙ୍କ ମୃତ୍ୟୁ ଘଟିଛି ।
କାବୁଲ, କାନ୍ଦାହାର, ପକ୍ତିଆ ସମେତ ଦେଶର ବିଭିନ୍ନ ସ୍ଥାନରେ ଆକାଶ ମାର୍ଗରୁ ପାକିସ୍ତାନ ଆକ୍ରମଣ କରୁଛି । ଜଣାପଡ଼ିଛି ଯେ ପାକିସ୍ତାନ ବାୟୁସେନା ବିମାନ କାନ୍ଦାହାର ବିମାନ ବନ୍ଦର ନିକଟସ୍ଥ ଏକ ଘରୋଇ ଏୟାରଲାଇନ୍ସ କାମ ଏୟରର ତୈଳ ଡିପୋ ଉପରେ ଆକ୍ରମଣ କରିଛି ।
ଅନ୍ୟପକ୍ଷରେ ଇରାନ-ଇସାଏଲ ବିବାଦ ଯେଗୁଁ ସମଗ୍ର ବିଶ୍ୱରେ ତୈଳ ସଂକଟ ଦେଖାଦେଇଥିବାବେଳେ ପାକିସ୍ତାନର ଏଭଳି ଆକ୍ରମଣ ଆଫଗାନିସ୍ତାନକୁ ବିଚଳିତ କରୁଥିବା ପରିଲକ୍ଷିତ ହୋଇଛି ।
ଆଫଗାନିସ୍ତାନର ଜନୈକ ତାଲିବାନ ଅଧିକାରୀ କହିଛନ୍ତି ଯେ ପାକିସ୍ତାନ ଆବାସକ ଅଂଚଳକୁ ଟାର୍ଗେଟ କରୁଛି । ଏଥିରେ ଘର ନଷ୍ଟ ହେବା ସହିତ ମହିଳା ଓ ଶିଶୁଙ୍କ ସମେତ ଅନେକଙ୍କର ମୃତ୍ୟୁ ହୋଇଛି । ରମକ୍ସଙ୍କନ ମଙ୍କସର ଶେଷ ଦିନ ଓ ଇଦ୍ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ପାକିସ୍ତାନର ଏହି ଆକ୍ରମଣକୁ ନିନ୍ଦା କରାଯାଇଛି ।
ତେବେ ଏହାର ଜବାବ ଆଫଗାନିସ୍ତାନ ପକ୍ଷରୁ ଦିଆଯାଉଛି ବୋଲି ସେ କହିଛନ୍ତି ।