ଜୟନାରାୟଣ-ନବୀନ ମୁହାଁମୁହିଁ
ବିଜେଡି ବୁଡ଼ିଲା ଡଙ୍ଗା, ସେଥିରେ କିଏ ବା କାହିଁକି ବସିବ
ରାଜ୍ୟସଭା ନିର୍ବାଚନ ପୂର୍ବରୁ ଶାସକ ଓ ବିରୋଧୀ ଦଳ ମଧ୍ୟରେ କଥା କଟାକଟି ଓ ଦୋଷାରୋପ ଆରମ୍ଭ ହୋଇସାରିଛି । ରାଜ୍ୟସଭା ସିଟ୍ ହାତେଇବା ପାଇଁ ଶାସକ ବିଜେପି ଦଳ ଘୋଡ଼ା ବେପାର କରୁଛି ବୋଲି ବିରୋଧୀ ଦଳ ବିଜେଡରି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗମ୍ଭୀର ଆରୋପ କରିଛନ୍ତି ।
ତେଣେ ଏହାକୁ ନେଇ ଜବାବ ରଖିଛନ୍ତି ବିଜେପି ବିଧାୟକ ଜୟନାରାୟଣ । ଘୋଡ଼ାବେପାର କରିବା ବିଷୟରେ ନବୀନଙ୍କ ଯଥେଷ୍ଟ ଅଭିଜ୍ଞତା ରହିଛି ବୋଲି ସେ କହିଛନ୍ତି ।
ବିଜେଡି ବୁଡ଼ିଲା ଡ଼ଙ୍ଗା, ସେଥିରେ କିଏ ବା କାହିଁକି ବସିବ ବୋଲି ସେ କଟାକ୍ଷ କରିବା ସହ ଏଥିରୁ ମତଦାନ ପୂର୍ବରୁ ବିଜେଡିର ପରାଜୟ ସୁନିଶ୍ଚିତ ବୋଲି ନବୀନ ଜାଣି ଏଭଳି କହୁଛନ୍ତି ବୋଲି ଜୟନାରାୟଣ ପାଲଟା ତୀର ମାରିଛନ୍ତି ।
ଆମେ ଘୋଡ଼ା ବେପାର କରୁନୁ; ବରଂ ବିବେକାନୁମୋଦିତ ଭୋଟ୍ ମାଗୁଛୁ ବୋଲି ଜୟନାରାୟଣ ସଫେଇ ଦେଇଛନ୍ତି ।