କଂଗ୍ରେସ ତା’ର ବିଧାୟକଙ୍କୁ ଲୁଚାଇ ରଖୁଛି : ବିଜେପି
କଂଗ୍ରେସର ଏହି ରିସୋର୍ଟ ପଲିଟିକ୍ସ କେତେଦୂର ଠିକ ?
ରାଜ୍ୟସଭା ନିର୍ବାଚନ ପୂର୍ବରୁ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଦୋଷ ଲଦାଲଦି ଆରମ୍ଭ ହୋଇସାରିଛି । ଗୋଟିଏ ପଟେ ଶାସକ ବିଜେପି ଦଳ କଂଗ୍ରେସ ଓ ବିଜେଡି ବିିଧାୟକଙ୍କୁ କରାୟତ କରିବାକୁ ଅପଚେଷ୍ଟା ଚଳାଇଛି ବୋଲି କଂଗ୍ରେସ ଦଳ ବିଧାୟକ ନେତା ରାମଚନ୍ଦ୍ର କାଡ଼ାମ ଅଭିଯୋଗ ଆଣିଛନ୍ତି ।
ଅନ୍ୟପଟେ କଂଗ୍ରେସ ଯେଉଁ ଅଭିଯୋଗ କରିଛି ତାହା ଭିତିହୀନ ବୋଲି କହିଛନ୍ତି ବିଜେପି ବିିଧାୟକ ଅଶୋକ ମହାନ୍ତି ପାଲଟା ଜବାବ ଦେଇଛନ୍ତି । କଂଗ୍ରେସ ଭୟରେ ତା’ର ବିଧାୟକଙ୍କୁ ଲୁଚାଇ ରଖିଛି ବୋଲି ସେ କହିବା ସହ ଏହା କଂଗ୍ରେସର ରିସୋର୍ଟ ପଲିଟିକ୍ସ ବୋଲି କହିଛନ୍ତି ।
ଏହି କ୍ରମରେ କାଳେ ଆସନ୍ତା ୧୬ ତାରିଖରେ କୌଣସି ବିଧାୟକ କ୍ରସ୍ ଭୋଟିଂ କରିଦେବେ ସେହି ଭୟରେ କଂଗ୍ରେସର ହାଇକମାଣ୍ଡଙ୍କ ନିର୍ଦେଶରେ ରିସୋର୍ଟ ପଲିଟିକ୍ସ୍ସ କରାଯାଇ ୪ ଜଣ ବିଧାୟକ ଅଶୋକ କୁମାର ଦାସ, ପ୍ରଫୁଲ ଚନ୍ଦ୍ର ପ୍ରଧାନ, ପବିତ୍ର ସାଉଁତା ଏବଂ କାଡ୍ରାକା ଆପାଲ ସ୍ୱାମୀଙ୍କୁ ରାତାରାତି ବେଙ୍ଗାଲୁର ଦଳ ପଠାଇ ଦେଇଛି ।
ତେବେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିଧାୟକଙ୍କୁ ଲୁଚାଇ ରଖିବା କେତେଦୂର ଯଥାର୍ଥ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।