ଟିଏମ୍ସି-ବିଜେପି କର୍ମୀ ମୁହାଁମୁହିଁ
ଗିରିଶ ପାର୍କରେ ଉତେଜନା : ୨୫ ଆହତ
ଶନିବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗ ଗସ୍ତରେ ଯାଇ କଲକାତାର ବି୍ରଗେଡ ପଡ଼ିଆରେ ବିଜେପିର ପରିବର୍ତନ ଯାତ୍ରା ରାଲିକୁ ସମ୍ବୋଧିତ କରିଥିଲେ ।
ଏହାର କିଛି ସମୟ ପୂର୍ବରୁ ଗିରିଶ ପାର୍କଠାରେ ତୃଣମୂଳ କଂଗ୍ରେସ ଓ ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିବାଦ୍ୱାରା ଉଭୟ ପକ୍ଷରୁ ପ୍ରାୟ ୨୫ଜଣ କର୍ମୀ ଆହତ ହୋଇଥିବା ଜଣାପଡ଼ିଛି ।
ବିଜେପି ସମର୍ଥକଙ୍କ ଅଭିଯୋଗ ଯେ ସେମାନେ ମୋଦୀଙ୍କ ସମର୍ଥନରେ ସ୍ଲୋଗାନ୍ ଦେଇ ରାଲି ସ୍ଥାନକୁ ଯାଉଥିବା ସମୟରେ ସେମାନଙ୍କ ଉପରକୁ କେତେକ ପଥର ପକାଇବା ସହ ଗାଳିଗୁଳଜ କରିଥିଲେ । ସେମାନେ ତୃଣମୂଳ କର୍ମୀ ଥିଲେ ବୋଲି ଅଭିଯୋଗ କରିଛନ୍ତି ।
ଅନ୍ୟପକ୍ଷରେ ତୃଣମୂଳ କଂଗ୍ରେସ ପକ୍ଷରୁ ଏହି ଅଭିଯୋଗକୁ ମିଥ୍ୟା ବୋଲି କୁହାଯିବା ସହ ପ୍ରଥମେ ସେମାନଙ୍କ ପକ୍ଷରୁ କରାଯାଇଥିଲା ବୋଲି ଅଭିଯୋଗ କରିଛନ୍ତି ।
ଜଣାପଡ଼ିଛି ଯେ ଦୁଇ ଦଳର କର୍ମୀ ଓ ସମର୍ଥକମାନେ ଉଭୟ ଉଭୟଙ୍କ ଉପରକୁ ପଥର ପକାଇବା ସହ ଗାଳିଗୁଳଜ କରିଥିଲେ । ଯାହାଦ୍ୱାରା ପରିସ୍ଥିତି ଉତେଜନା ପ୍ରବଣ ହୋଇଥିଲା । ସ୍ଥାନୀୟ ଟିଏମ୍ସି କର୍ମୀମାନେ ବିଜେପି ସମର୍ଥକଙ୍କ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ଆଗକୁ ନିର୍ବାଚନ । ସେମାନଙ୍କ ସମର୍ଥନ ଜାହିର ପାଇଁ ତୃଣମୂଳ କଂଗ୍ରେସ ବିରୋଧରେ ଏଭଳି କରି ଅପପ୍ରଚାର ଚଳାଇଛନ୍ତି ।
ଏପରିକି ଜଣେ ଟିଏମ୍ସି ନେତାଙ୍କ ଘର ଉପରକୁ ବିଜେପି ସମର୍ଥକମାନେ ଟେକା ପଥର ଫୋପାଡ଼ିଥିଲେ ବୋଲି କହିଛନ୍ତି ।
ପରେ ପୁଲିସ ପହଂଚି ପରିସ୍ଥିତିକୁ ସ୍ୱାଭାବିକ କରିଥିଲା ।
ଆଜି ଅନୁଷ୍ଠିତ ବିଜେପିର ରାଜ୍ୟବ୍ୟାପୀ ପରିବର୍ତନ ଯାତ୍ରାର ସମାପନ କାର୍ଯ୍ୟକ୍ରମକୁ ମୋଦୀ ସମ୍ବୋଧିତ କରିଥିଲେ, ଏହି ଅବସରରେ ପ୍ରଧାନମନ୍ତ୍ରୀ ୧୮,୦୦୦ କୋଟି ଟଙ୍କାର ବିକାଶ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ।