ଭିଜିଲାନ୍ସ ଜାଲରେ ରଜନୀକାନ୍ତ
ଲାଂଚ ଅଭିଯୋଗ
ଭିଜିଲାନ୍ସ ଜାଲରେ ରଜନୀକାନ୍ତ
ବରପାଲି ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜୁନିୟର କ୍ଲର୍କ-କମ-ଆକାଉଂଟାଂଟ ରଜନୀକାନ୍ତ କରଙ୍କୁ ବକେୟା ଦରମା ପାଇଁ ୬ହଜାର ଟଙ୍କା ଲାଂଚ ନେବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି ।
ସୋମବାର ବରଗଡ଼ ଜିଲା ବରପାଲିର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜୁନିୟର କ୍ଲର୍କ-କମ-ଆକାଉଂଟାଂଟ ରଜନୀକାନ୍ତ କରଙ୍କୁ ତାଙ୍କ ବକେୟା ଦରମା ନିମିତ ବିଲ ପ୍ରସ୍ତୁତ କରିବା ପାଇଁ ଉକ୍ତ କାର୍ଯ୍ୟାଳୟର ଜଣେ ଅଧିକାରୀଙ୍କଠାରୁ ୬,୦୦୦ଟଙ୍କା ଲାଂଚ ମାଗୁଥିବା ଏବଂ ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି ।
ଅଧିକାରୀଂକଦ୍ୱାରା ଅନେକେ ଅନୁରୋଧ ସତ୍ୱେ ଆକାଉଂଟାଂଟ ଶ୍ରୀ କର ତାଙ୍କ ବକେୟା ଦରମା ପାଇଁ ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି । ଅପରନ୍ତୁ ଶ୍ରୀ କର ତାଙ୍କଠାରୁ ବକେୟା ଦରମା ପାଇଁ ଟଙ୍କା ଲାଂଚ ମାଗିଥିଲେ ।
ଏହି ମାମଲାରେ କ୍ଷୁବ୍ଧ ହୋଇ ସେ ଭିଜିଲାନ୍ସ କର୍ତୃପକ୍ଷଙ୍କୁ ଘଟଣା ବିଷୟରେ ଜଣାଇଥିଲେ । ଏହାପରେ, ସୋମବାର ଓଡ଼ିଶା ଭିଜିଲାନ୍ସର ଏକ ଦଳ ଶ୍ରୀ କରଙ୍କଠାରୁ ୬ହଜାର ଟଙ୍କା ନେଉଥିବା ସମୟରେ ଗିରଫ କରିଥିଲା । ଅଭିଯୁକ୍ତ ଶ୍ରୀ କରଙ୍କ ନିକଟରୁ ଲାଂଚ ନେଇଥିବା ୬ହଜାର ଟଙ୍କା ଜବତ କରାଯାଇଛି ।
ଆହୁରି ଜଣାପଡ଼ିଛି ଯେ ଶ୍ରୀ କରଙ୍କ ସହିତ ଜଡ଼ିତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ଉ ଚାଲିଥିବା ଜଣାପଡ଼ିଛି । ଅଧିକ ତଥ୍ୟ ସଂଗ୍ରହ ନିମିତ ଭିଜିଲାନ୍ସ ପକ୍ଷରୁ ଉଦ୍ୟମ ଜାରି ରହିଛି ।