ହରିଶଙ୍କୁ ଶେଷ ବିଦାୟ
ଜୀବନ ଯେ କାହାକୁ କେଉଁ ମୋଡ଼ରେ ଆଣି ଛିଡ଼ା କରାଇବ, ତାହା କେହି ଜାଣନ୍ତି ନାହିଁ ।
କାରଣ ଏଭଳି ନିଚ୍ଛକ ଘଟଣା ଉତରପ୍ରଦେଶ ଗାଜିଆବାଦର ରାଜନଗରସ୍ଥିତ ହରିଶ ରାଣାଙ୍କ ଠାରେ ପରିଲକ୍ଷିତ ହୋଇଛି ।
୧୩ବର୍ଷ ପୂର୍ବେ ମୃତ୍ୟୁମୁଖରେ ପଡ଼ିରହିଥିବା ହରିଶଙ୍କୁ ଏମ୍ସରେ ଭର୍ତି କରାଯାଇଥିଲା । କିନ୍ତୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିପାରି ନଥିଲା । ପୁତ୍ରର ଏଭଳି କଷ୍ଟକୁ ଆଉ ସହ୍ୟ ନ କରି ନ ପାରି ଉଚ୍ଚତମ ନ୍ୟାୟାଳୟଙ୍କ ପିତାମାତା ଆବେଦନ କରିଥିଲେ, ଯାହାକୁ ଗୁରୁତ୍ୱ ଦିଆଯାଇଥିଲା । ପରେ ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦେଶ ପରେ ନିଷ୍କ୍ରିୟ ଇଚ୍ଛାମୃତ୍ୟୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।
ଜୀବନ ସହାୟକ ପ୍ରଣାଳୀକୁ ଧୀରେ ଧୀରେ ଅପସାରଣ କରାଯାଉଥିଲା । ଏତିକିବେଳେ ଗାଜିଆବାଦ ଘରୁ ହରିଶ ରାଣାଙ୍କ ଶେଷ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗଥିଲା । ଭିଡ଼ିଓରେ ଜନୈକ ମହିଳା ହରିଶ ରାଣାଙ୍କୁ ଶେଷ ବିଦାୟ ଦେଉଥିବା ଦେଖାଯାଇଛି ।
ହରିଶଙ୍କୁ ଏମ୍ସ ନିଆଯିବା ପୂର୍ବରୁ ଏହି ମହିଳା ଭଉଣୀମାନେ ଅଶୋକ ରାଣାଙ୍କ ଘରକୁ ଯାଇଥିଲେ । ପରେ ହରିଶଙ୍କ ଘରେ ରାଜଯୋଗ କରି ତାଙ୍କୁ ଶେଷ ବିଦାୟ ଦିଆଯାଇଥିଲା । ଯାହାକି ଅତ୍ୟନ୍ତ ଭାବପ୍ରବଣ ଥିଲା ।
ଜଣେ ସ୍ୱଚ୍ଛ ବସ୍ତ୍ରଧାରୀ ମହିଳା ତାଙ୍କ ମୁଣ୍ଡରେ ଚନ୍ଦନ ତିଲକ ଲଗାଇ କହୁଥିଲେ ଯେ ସମସ୍ତଙ୍କୁ କ୍ଷମା କର, ସମସ୍ତଙ୍କୁ କ୍ଷମା ମାଗ ଓ ନିଶ୍ଚିନ୍ତରେ ଯାଅ । ଯାହାକି ଏହି ଦୃଶ୍ୟ ଅନେକଙ୍କୁ ସ୍ତବ୍ଧ କରିଦେଇଛି ।
ଯେଉଁ ପୁତ୍ର ପିତାମାତାଙ୍କ ବୃଢ଼ା ବୟସରେ ସାହାରା ହୋଇଥାଆନ୍ତା, ସେହି ପୁଅର ଜୀବନ ଅକାଳରେ ଚାଲିଯିବା ପିତାମାତା, ପରିବାରବର୍ଗଙ୍କ ପାଇଁ ଅତ୍ୟନ୍ତ ବେଦନାଦାୟକ ।