ରାଜ୍ୟସଭା ନିର୍ବାଚନ : ଦିଲୀପଙ୍କ ଜିତାପଟ, ନବୀନ-ଭକ୍ତ ଚିତପଟାଂଗ
କ୍ରସ ଭୋଟିଂ କଲା ଖେଳ
ଜିତିଲେ ମନମୋହନ, ସୁଜିତ କୁମାର, ଦିଲୀପ ରାୟ ଓ ସଂତୃପ୍ତ ମିଶ୍ର
ରାଜ୍ୟସଭା ନିର୍ବାଚନ ପାଇଁ ସୋମବାର ୧୬ ତାରିଖରେ ହୋଇଥଭୋଟିଂରେ କ୍ରସ ଭୋଟିଂ ହୋଇଛି । ଦଳୀୟ ହ୍ୱିପ୍ ଓ ନାଲି ଆଖି ସତ୍ୱେ କ୍ରସ ଭୋଟିଂ ହୋଇଛି । ଏହି ରାଜ୍ୟସଭା ନିର୍ବାଚନରେ ୧୦ ଜଣ ବିଧାୟକ କ୍ରସ ଭୋଟି କରିଛନ୍ତି ।
କଂଗ୍ରେସର ୩ ଓ ବିଜେଡିର ୫ ବିଧାୟକ କ୍ରସ ଭୋଟିଂ କରିଛନ୍ତି । ବିଜେଡିରୁ ଚକ୍ରମଣି, ସୌଭିକ, ସୁବାସିନୀ ଓ ଦେବୀ ତି୍ରପାଠୀ କ୍ରସ ଭୋଟିଂ କରିଥିବା ନେଇ ସୂଚନା ମିଳିଛି ।
ସେହିପରି ବିଜେଡିରୁ ନିଲମ୍ବିତ ହୋଇଥିବା ସନା ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ମଧ୍ୟ କ୍ରସ ଭୋଟିଂ କରିଥିବା ଜଣାପଡ଼ିଛି । ଦିଲୀପ ରାୟଙ୍କୁ ଭୋଟ ଦେଇଥିବା ଦେବୀ ତି୍ରପାଠୀ କହିଛନ୍ତି ।
ସେହିଭଳି କଂଗ୍ରେସରୁ ଅସନ୍ତୁଷ୍ଟ ବିଧାୟକ ଦାଶରଥି ଗମାଙ୍ଗୋ, ସୋଫିଆ ଫିର୍ଦୋଷ ଏବଂ ରମେଶ ଜେନା କ୍ରସ ଭୋଟିଂ କରିଛନ୍ତି । ଫଳରେ ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିରୋଧୀ ବିଜେଡି ଓ କଂଗ୍ରେସ କରିଥିବା ରଣନୀତି ସମ୍ପୂର୍ଣ୍ଣ ରୂପେ ଫେଲ ମାରିଛି ।
ଏହାର ପରିଣାମ ସ୍ୱରୂପ ବିଜେପି ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି ।
ଅନ୍ୟପଟେ ସତ ଚେଷ୍ଟା ସତ୍ୱେ ଚତୁର୍ଥ ଆସନ ପାଇଁ ହୋଇଥିବା ଲଢ଼େଇରେ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେଡି-କଂଗ୍ରେସର କମନ୍ ପ୍ରାର୍ଥୀ ଦତେଶ୍ୱର ହୋତାଙ୍କୁ ପରାସ୍ତ କରି ବାଜି ମାରି ନେଇଛନ୍ତି ।
ତେବେ ବିଜେିଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ବିଜୟୀ ହୋଇ ନବୀନଙ୍କୁ କିଛିଟା ଆଶ୍ୱସ୍ତି ପ୍ରଦାନ କରିଛନ୍ତି ।