ଏସସିବି ଅଗ୍ନିକାଣ୍ଡକୁ ନେଇ ତେିଜଲା ରାଜନୀତି
ଆଖି ବୁଜିଲେ ଆଉ ଦୁଇ, ୧୨କୁ ଛୁଇଁଲା ମୃତୁ୍ୟସଂଖ୍ୟା
ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ : ନବୀନ
୧ କୋଟି ଟଂକା କ୍ଷତିପୂରଣ ଦିଆଯାଉ : କଂଗ୍ରେସ
ଗତ ୧୬ ତାରିଖ ସୋମବାର କଟକ ବଡ଼ ମେଡିକାଲର ଟ୍ରମା କେୟାର ବିଭାଗରେ ଘଟିଥିବା ଅଗ୍ନିକାଣ୍ଡରେ ଆଉ ୨ ଜଣଙ୍କ ମୃତୁ୍ୟ ଘଟିଛି । ଏହି ଦୁଇ ଜଣ ହେଲେ । ଏମାନଙ୍କ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତୁ୍ୟ ଘଟିଛି ବୋଲି ବିଧାନସଭାରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସ୍ପଷ୍ଟ କରିଛନ୍ତି ।
ଫଳରେ ଏସସିବି ଟ୍ରାଜେଡିରେ ମୃତ୍ୟୁ ସଂଖ୍ୟା ୧୨କୁ ଛୁଇଁଛି ବୋଲି ଶ୍ରୀ ମହାଲିଙ୍ଗ କହିଛନ୍ତି ।
ଅନ୍ୟପଟେ ଏହି ଭୟଙ୍କର ଅଗ୍ନିକାଣ୍ଡ ଏବଂ ଏଥିରେ ନିରୀହ ଲୋକଙ୍କ ମୃତ୍ୟୁ ପାଇଁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଦାୟୀ କରି ତାଙ୍କର ଇସ୍ତଫା ଦାବି କରିଛନ୍ତି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
କାରଣ ସ୍ୱାସ୍ଥ୍ୟମନ୍ତ୍ରୀ ତାଙ୍କର ଦାୟିତ୍ୱ ସୂଚାରୁ ରୂପେ ତୁଲାଇ ନାହାନ୍ତି । ଏଣୁ ନୈତିକତା ଦୃଷ୍ଟିରେ ସେ ଇସ୍ତଫା ଦିଅନ୍ତୁ ଏବଂ ଏଥିପାଇଁ ରାଜ୍ୟର ବିଜେପି ସରସକାର ମଧ୍ୟ ତୁରନ୍ତ ଗାଦି ଛାଡ଼ୁ ବୋଲି ନବୀନ ପଟ୍ଟନାୟକ କହିଛନ୍ତି ।
ସମାନ ଦାବି କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସ୍ୱାସ୍ଥ୍ୟମନ୍ତ୍ରୀ ହିସାବରେ କଟକ ବଡ଼ ମେଡିକାଲ ଭଳି ଏକ ଗୁରୁତ୍ୱପୂ୍ର୍ଣ୍ଣ ଚିକିତ୍ସା ଅନୁଷ୍ଠାନ ଉପରେ ତାଙ୍କର ୨୪ ଘଂଟିଆ ନଜର ରଖିବା ଥିଲା ।
କେଉଁଠି ବ୍ୟବସ୍ଥାରେ ତ୍ରୁଟି ରହିଯାଇଛି ତାହା ଦେଖିବାର ଥିଲା; କିନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମହାଲିଙ୍ଗ ତାହାର କରିନାହାନ୍ତି । ଫଳରେ ଚିକିତ୍ସା ପାଇଁ ଏଠାକୁ ଆସିଥିବା ବିଭିନ୍ନ ଜିଲାର ୧୨ ଜଣ ନିରୀହଙ୍କ ମୃତୁ୍ୟ ଘଟିଲା ।
ଏଥିପାଇଁ କେବଳ ରାଜ୍ୟ ସରକାର ଓ ସ୍ୱାସ୍ଥ୍ୟମନ୍ତ୍ରୀ ଦାୟୀ ।
ଏଣୁ ସ୍ୱାସ୍ଥ୍ୟମନ୍ତ୍ର ଶ୍ରୀ ମହାଲିଙ୍ଗ ଇସ୍ତଫା ଦେବା ସହ ରାଜ୍ୟ ସରକାର ତୁରନ୍ତ ଗାଦି ଛାଡ଼ନ୍ତୁ ବୋଲି ପିସିସି ସଭାପତି ଶ୍ରୀ ଦାସ କ୍ଷୋଭ ପ୍ରକାଶ କରିବା ସହ ଏହି ଅଗ୍ନିକାଣ୍ଡରେ ମୃତକଙ୍କ ପରିବାରକୁ କୋଟିଏ ଟଂକା ଲେଖାଏଁ କ୍ଷତିପୂରଣ ଦିଆଯାଉ ବୋଲି ସେ ଦାବି କରିଛନ୍ତି ।