ପିପିଲିରେ ବୋମା ବିସ୍ଫୋରଣ
ପିପିଲି ଡେଲାଙ୍ଗା ଥାନା ଅଂଚଳରେ ମଙ୍ଗଳବାର ବୋମା ଭିଡ଼ୁଥିବାବେଳେ ବିସ୍ଫୋରଣ ଘଟି ଜଣେ ଯୁବକ ଗୁରୁତର ହୋଇପଡ଼ିଛନ୍ତି ।
ଡେଲାଙ୍ଗ ଥାନା ନିକଟସ୍ଥ ଏକ ଜଙ୍ଗଲରେ ଯୁବକଜଣକ ବୋମା ଭିଡ଼ୁଥିବା ଅଭିଯୋଗ ହୋଇଥିବାବେଳେ ସେସମୟରେ ଅଚାନକ ବିସ୍ଫୋରଣ ଘଟିଥିଲା । ଯାହାଦ୍ୱାରା ସେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି । ଜଣାପଡ଼ିଛି ଯେ ବିସ୍ଫୋରଣରେ ଯୁବକଙ୍କ ହାତ ପାପୁଲି ଛିଣ୍ଡି ଯାଇଛି ।
ଯୁବକଜଣଙ୍କ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ପ୍ରଥମେ ଡେଲାଙ୍ଗ ଓ ପରେ ଭୁବନେଶ୍ୱର ହାସପାତାଳକୁ ସ୍ଥାନାନ୍ତର କରାଯାଇଛି ।
ଯୁବକଜଣକ ଡେଲାଙ୍ଗ କୁଆପଦା ଅଂଚଳର ବୋଲି ଜଣାପଡ଼ିଛି ।