ପ୍ରାର୍ଥୀ ତାଲିକା ଘୋଷଣା କଲେ ମମତା
ତୃଣମୂଳ କଂଗ୍ରେସର ପ୍ରାର୍ଥୀ ତାଲିକା ମୁଖ୍ୟମନ୍ତ୍ରୀ ତଥା ଦଳନେତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି ।
ଦେଖାଯାଇଛି ଯେ ୨୦୨୬ ମସିହା ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ପ୍ରାର୍ଥୀ ତାଲିକାରେ ଏକାଧିକ ତାରକା ପ୍ରାର୍ଥୀ ରହିଛନ୍ତି । ତାଲିକା ଅନୁସାରେ କରିମପୁରରେ ସୋହମ ଚକ୍ରବର୍ତୀ, ବାରାକପୁରରେ ରାଜ ଚକ୍ରବର୍ତୀ, ବରାନଗରରେ ସାୟନ୍ତିକା ବନେ୍ଦାପାଧ୍ୟାୟ, ରାଜାରହାଟ ଗୋପାଳପୁରରେ ଅଦିତି ମୁନ୍ସି, ସୋନାରପୁର ଦକ୍ଷିଣରେ ଲଭଲି ମୈତ୍ର, ମାନିକତଲାରେ ଶ୍ରେୟା ପାଣ୍ଡେ, ଚନ୍ଦନନଗରରେ ଇନ୍ଦ୍ରନୀଳ ସେନ, ସପ୍ତଗ୍ରାମରେ ବିଦେଶ ବୋଷ, ରାଜଗଞ୍ଜରେ ସ୍ୱପ୍ନା ବର୍ମନ, ତୁଫାନଗଞ୍ଜରେ ଶିବଶଙ୍କର ପାଲ, ବାଲୁରଘାଟରେ ଅର୍ପିତା ଘୋଷ ରହିଥିବା ପରିଲକ୍ଷିତ ହୋଇଛି ।
ତେବେ ବିଭିନ୍ନ ମହଲରେ ଯେଉଁ ଆଲୋଚନା ହେଉଥିଲା ଯେ ପ୍ରାର୍ଥୀ ତାଲିକାରେ ଗାୟିକା ଇମନ ଚକ୍ରବର୍ତୀ ରହିବେ ତାହା କିନ୍ତୁ ଦେଖାଯାଇ ନାହିଁ ।
ତାଲିକାରେ ବହୁ ନୂତନ ତାରକା ସ୍ଥାନ ପାଇନ ଥିଲେ ସୁଦ୍ଧା ପୁରୁଣା ପ୍ରାର୍ଥୀଙ୍କୁ ବିଶେଷ ଗୁରୁତ୍ୱ ଦିଆଯାଇଥିବା ପରିଲକ୍ଷିତ ହୋଇଛି । ତେବେ ମୁଖ୍ୟମନ୍ତ୍ରୀ ତଥା ଦଳନେତ୍ରୀ ମମତା ବାନାର୍ଜୀ ଭବାନୀପୁରରୁ ପ୍ରାର୍ଥୀ ହୋଇଥିବା ଜଣାପଡ଼ିଛି ।
ମଙ୍ଗଳବାର କାଳୀଘାଟସ୍ଥିତ ବାସଭବନରେ ଦଳନେତ୍ରୀଙ୍କ ଉପସ୍ଥିତିରେ ୨୯୧ଟି କେନ୍ଦ୍ରରେ ପ୍ରାର୍ଥୀ ଘୋଷଣା କରିଛନ୍ତ ।