ଡାକ ବିଭାଗର ନୂଆ ସ୍ପିଡ୍ ପୋଷ୍ଟ ସେବା
ଭାରତୀୟ ଡାକ ବିଭାଗ ପକ୍ଷରୁ ମଙ୍ଗଳବାର ପରବର୍ତି ଦିନ ନିଶ୍ଚିତ ଡେଲଭରି ସେବା ଆରମ୍ଭ କରାଯାଇଛି ।
ସାଧାରଣ ଲୋକଙ୍କୁ ଯେପରି ତୁରନ୍ତ ସେବା ମିଳିବ ସେଥିପାଇଁ ଭାରତୀୟ ଡାକ ବିଭାଗର ଏହା ଏକ ଅଭିନବ ପନ୍ଥା ହେବ ବୋଲି କୁହାଯାଇଛି ।
ମଙ୍ଗଳବାର ନୂଆଦିଲ୍ଲୀର ଆକାଶବାଣୀ ଭବନର ରଙ୍ଗଭବନ ପ୍ରେକ୍ଷାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଡ. ଚନ୍ଦ୍ରଶେଖର ପେମସାନି ଏହି ନୂଆ ସେବାର ଶୁଭାରମ୍ଭ କରିଛନ୍ତି ।
ଯେଉଁ ନୂଆ ସେବାର ଶୁଭାରମ୍ଭ ହୋଇଛି, ତାହା ହେଲା ୨୪ ସ୍ପିଡ୍ ପୋଷ୍ଟ ପାର୍ସଲ ଏବଂ ୪୮ ସ୍ପିଡ ପୋଷ୍ଟ ରହିଛି ।
ସୂଚନା ଅନୁସାରେ ଏହି ସ୍ପିଡ୍ ପୋଷ୍ଟ ଅଧିନରେ ସାମଗ୍ରୀଗୁଡ଼ିକ ଦିନେ କି ଦୁଇ ଦିନ ମଧ୍ୟରେ ଉଦ୍ଦିଷ୍ଟ ବ୍ୟକ୍ତିଙ୍କ ନିକଟରେ ଯେପରି ପହଂଚିପାରେ ସେଥିପାଇଁ ବ୍ୟବସ୍ଥା କରାଯାଇଛି ।
ପ୍ରଥମ ପର୍ଯ୍ୟାୟରେ ଏହି ସେବା ଦେଶର ୬ଟି ମେଟ୍ରୋ ସହର ଯଥା କଲକାତା, ହାଇଦ୍ରାବାଦ, ମୁମ୍ବାଇ, ଚେନ୍ନାଇ ଓ ଦିଲ୍ଲୀରେ ଉପଲବ୍ଧ ହେବ । ଏସ୍ଏମ୍ଏସ୍ ଆଲର୍ଟ ସୁବିଧା ରହିବ ।
ଏହା ସହିତ ଯେଉଁମାନେ ଅଧିକ ସଂଖ୍ୟକ ସାମଗ୍ରୀ ପଠାଇବେ ସେମାନଙ୍କ ପାଇଁ ମାଗଣା ପିକ୍ଅପ୍ ସୁବିଧା ରହିଛି ।