ବିଜୁ-ନବୀନ ଟ୍ରଷ୍ଟକୁ ନେଇ ତେଜିଲା ରାଜନୀତି
ଟ୍ରଷ୍ଟରେ କେବଳ ତ୍ରିମୂର୍ତି କାହିଁକି ?
ଇତିମଧ୍ୟରେ ରାଜ୍ୟସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇସାରିଛି । ନବୀନ-ଭକ୍ତଙ୍କ ମେଂଟକୁ ଚକ୍ମା ଦେଖାଇ ଉଭୟ ବିଜେଡି ଓ କଂଗ୍ରେସର ୧୨ ଅସନ୍ତୁଷ୍ଟ ବିଧାୟକ କ୍ରସ ଭୋଟିଂ କରଥିଲେ । ଏପରି କରିବାରୁ ଏହି ନିର୍ବାଚନରେ ହୋଇଥିବା ରୋଚକ ପ୍ରତିଦ୍ୱନ୍ଦ୍ୱିତାରେ ବିଜେଡି-କଂଗ୍ରେସର କମନ ପ୍ରାର୍ଥୀ ଦତେଶ୍ୱର ହୋତାଙ୍କୁ ପରାସ୍ତ କରି ରାଜ୍ୟସଭାକୁ ଗଲେ ।
ଅନ୍ୟପଟେ ବିଜୁ-ନବୀନ ଟ୍ରଷ୍ଟକୁ ନେଇ ଉଠିଛି ଝଡ଼ । ଏହି ଟ୍ରଷ୍ଟକୁ ତ୍ରିମୂର୍ତି ନିୟନ୍ତ୍ରଣରେ ରଖି ଚଳାଉଛନ୍ତି ବୋଲି ପୂର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ବିସ୍ଫୋରକ ମତ ରଖିଛନ୍ତି । ଯାହାକୁ ନେଇ ଏବେ ରାଜନୈିତିକ ଝଡ଼ ସୃଷ୍ଟି ହୋଇଛି ।
କେବଳ ଶ୍ରୀମୟ ନୁହଁନ୍ତି ବାଙ୍କୀର ଯୁବ ବିଧାୟକ ଦେବୀ ରଂଜନ ତ୍ରିପାଠୀ ଓ ସୌଭିକ ବିଶ୍ୱାଳ ମଧ୍ୟ ସମାନ ପ୍ରଶ୍ନ ଉଠାଇଛନ୍ତି ।
ତେବେ ଏହାର ଜବାବରେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ମୁଁ ନିଜେ ବିଜୁବାବୁଙ୍କ ନାମରେ ଟ୍ରଷ୍ଟ ଗଢ଼ିବାକୁ ନିଷ୍ପତି ନେଇଥିଲି । ଏହା ଓଡ଼ିଶାବାସୀଙ୍କ ହିତରେ ଗଠନ କରାଯାଇଥିଲା । ବିଜୁବାବୁ ଚାରିଟେବୁଲ କାମ ପାଇଁ ବେଶ ପରିଚିତ ଥିଲେ । ଏଣୁ ମୁଁ ତାଙ୍କ ନାମରେ ଏହି ଟ୍ରଷ୍ଟ ଗଠନ କରିଛି ।
ତେବେ ଯଦି ବିଜୁ-ନବୀନ ଟ୍ରଷ୍ଟ ଡ଼ଡ଼ିଶାବାସୀଙ୍କ ହିତରେ ଥିଲା ତା’ହେଲେ ଟ୍ରଷ୍ଟରେ କିଏ କିଏ ଥିଲେ ତାହାକୁ କାହିଁକି ଗୋପନ ରଖାଯାଇଥିଲା ବୋଲି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି ।
ଜଣେ ତାମିଲ ଭଣ୍ଡ ସନ୍ନ୍ୟାସୀଙ୍କ ହହାତରେ ସବୁକିଛି ଟେକି ଦେବା କେଉଁ ଓଡ଼ିଆର ପରିଚୟ ବୋଲି ନବୀନଙ୍କୁ ଶ୍ରୀମୟୀ ଟାର୍ଗେଟ କରିଛନ୍ତି ।
ସେହିପରି ଏବେ ବିଜୁ ଜନତା ଦଳକୁ ପାଣ୍ଡିଆନ ଚଳାଉଛନ୍ତି ବୋଲି ଯୁବ ବିଜେଡି ବିଧାୟକ ଦେବୀ ରଂଜନ ତ୍ରିପାଠୀ କଟାକ୍ଷ କରିଛନ୍ତି ।