ବଢ଼ିଲା ସୁନା, କମିଲା ରୂପା
ମଧ୍ୟପ୍ରାଚ୍ୟ ଯୁଦ୍ଧ ଘନଘଟା ମଧ୍ୟରେ ଶୁକ୍ରବାର ସୁନା ଦର ପୁଣି ମହଙ୍ଗା ହୋଇଥିବାବେଳେ ରୂପା ଦର ହ୍ରାସ ପାଇଛି । ଆଜି କଟକ, ଭୂବନେଶ୍ୱରରେ ଯେଉଁ ମୂଲ୍ୟ ରହିଛି, ତାହା ହେଲା ୨୪ କ୍ୟାରେଟ୍ ସୁନା ୧୦ଗ୍ରାମ ପ୍ରତି ୬୫୦ଟଙ୍କା ମହଙ୍ଗା ହୋଇ ୧ଲକ୍ଷ ୫୦ହଜାର ୯୩୦ଟଙ୍କା ହୋଇଛି ।
ଗତକାଲି ଏହି ଦର ୧ଲକ୍ଷ ୫୦ହଜାର ୨୮୦ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ୍ ସୁନା ୧୦ଗ୍ରାମ ପ୍ରତି ୬୦୦ଟଙ୍କା ମହଙ୍ଗା ହୋଇ ୧ଲକ୍ଷ ୩୮ଜହାର ୩୫୦ଟଙ୍କା ହୋଇଛି । ଯାହାକି ଗତକାଲି ୧ଲକ୍ଷ ୩୭ହଜାର ୭୫୦ଟଙ୍କା ଥିଲା । ସେହିପରି ରୂପ ଦର କ୍ଷେତ୍ରରେ ଏହାର ଓଲଟା ପ୍ରତିକ୍ରିୟା ସୃଷ୍ଟି ହୋଇଛି ।
କାରଣ ଦେଖାଯାଇଛି ପୂର୍ବଦିନ ତୁଳନାରେ ଆଜି ରୂପ ଦର ହ୍ରାସ ପାଇଛି ।
ଆଜି ରୂପା ମୂଲ୍ୟ କିଲୋ ପ୍ରତି ୫ହଜାର ଟଙ୍କା କମି ୨ଲକ୍ଷ ୬୦ହଜାର ଟଙ୍କା ରହିଛି, ଯାହାକି ଗତକାଲି ଏହା ୨ଲକ୍ଷ ୬୫ହଜାର ଟଙ୍କା ଥିଲା ।
ଆଗକୁ ପାର୍ବଣ ଋତୁ ଆସୁଥିବାବେଳେ ସୁନା, ରୂପା ମୂଲ୍ୟରେ ଏଭଳି ପରିବର୍ତନ ଯୋଗୁଁ ସାଧାରଣ ଗ୍ରାହକ ସମସ୍ୟାରେ ପଡ଼ିଛନ୍ତି । ସେମାନଙ୍କ ବକ୍ତବ୍ୟ ଏଭଳି ମୂଲ୍ୟ ବୃଦ୍ଧି ପାଇଲେ ସାଧାରଣ ଲୋକେ କିପରି ଗହଣା ଗଢ଼ିବେ ।