ମହମ୍ମଦ ତାହିର ଅନୱାରର ମୃତ୍ୟୁ
ପାକିସ୍ତାନରୁ ମଙ୍ଗଳବାର ଏକ ଖବର ସାଧାରଣଙ୍କ ନଜରକୁ ଆସିଛି ।
ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ମୁଖ୍ୟ ମାସୁଦ ଆଝାହାରର ବଡ଼ଭାଇ ମହମ୍ମଦ ତାହିର ଅନୱାରର ମୃତ୍ୟୁ ଘଟିଛି । ତେବେ କେଉଁ କାରଣରୁ ତାର ମୃତ୍ୟୁ ଘଟିଛି ତାହା ଜଣାପଡ଼ି ନାହିଁ ।
କୌଣସି ଅଜ୍ଞାତ ବ୍ୟକ୍ତିଙ୍କ ଦ୍ୱାରା ତାକୁ ହତ୍ୟା କରାଯାଇଥିବା ସନେ୍ଦହ କରାଯାଉଛି । ସୂଚନାଯୋଗ୍ୟ ଯେ, ମହମ୍ମଦ ତାହିର ଅନୱାର ଜୈସ-ଏ-ମହମ୍ମଦର ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିଲା ।
ଦୀର୍ଘଦିନ ଧରି ସଂଗଠନର କାର୍ଯ୍ୟକଳାପରେ ମଧ୍ୟ ସକ୍ରିୟ ଥିଲା । ଯେଉଁ ସ୍ଥାନରେ ଅନୱାରର ମୃତ୍ୟୁ ଘଟିଛି, ତାହା ପୂର୍ବରୁ ସଂଗଠନର କାର୍ଯ୍ୟକଳାପର ଏକ କେନ୍ଦ୍ର ଥିଲା ।
ଅନୱାରର ମୃତ୍ୟୁ ଖବର ପାକିସ୍ତାନର ଗଣମାଧ୍ୟମରେ ପ୍ରଚାରିତ ହେଉଛି ।
ଅନୱାରର ଅନ୍ତିମ ସଂସ୍କାର ସଂଗଠନ ସହିତ ଜଡ଼ିତ ଏକ ଜଣାଶୁଣା ଗଡ଼ ବାହାୱାଲପୁରରେ ହେବାର ଥିବା ଅନୁମାନ କରାଯାଉଛି ।