ମାଓ ଡମ୍ପରୁ ୧୪କୋଟି ଟଙ୍କାର ସମ୍ପତି ଜବତ
ଘୋଷଣା ଅନୁସାରେ ନକ୍ସଲ ଆତ୍ମସମର୍ପଣର ମଙ୍ଗଳବାର ଥିଲା ଶେଷ ଦିବସ ।
ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଭିନ୍ନ ଜିଲାରୁ ଆଜି ୩୩ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏଥି ସହ ୧୪କୋଟିରୁ ଊର୍ଦ୍ଦ ଟଙ୍କାର ଡମ୍ପ ଉଦ୍ଧାର କରାଯାଇଛି ।
ଜଣାପଡ଼ିଛି ଯେ ବିଜାପୁର ଜିଲାର ୨୫ଜଣ ମାଓବାଦୀ ଆଜି ଆତ୍ମସମର୍ପଣ କରିଥିବାବେଳେ ଏମାନଙ୍କ ମଧ୍ୟରେ ୧୬ଜଣ ମହିଳା ଅଛନ୍ତି ।
ଏମାନେ ୯୩ଟି ମାରଣାସ୍ତ୍ର ପୁଲିସକୁ ହସ୍ତାନ୍ତର କରିଛନ୍ତି । ସେଥିମଧ୍ୟରୁ ୪ଟି ଏକେ-୪୭ ୯ଟି ଏସଏଲଆର ଅନ୍ତର୍ଭୁକ୍ତ । ଏମାନଙ୍କଦ୍ୱାରା ଡମ୍ପ କରି ରଖାଯାଇଥିବା ୨କୋଟି ୯୦ଲକ୍ଷ ଟଙ୍କା ନଗଦ, ୭କିଲୋ ୨ଶହ ଗ୍ରାମ ସୁନା ମଧ୍ୟ ଉଦ୍ଦାର କରାଯାଇଛି । ଯାହାର ବର୍ତମାନ ମୂଲ୍ୟ ୧୧କୋଟି ଟଙ୍କାରୁ ଅଧିକ ହେବ ।
ସେହିପରି ଦନ୍ତେୱାଡ଼ା ଜିଲାରେ ୫ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବାବେଳେ ଏମାନେ ପୁଲିସକୁ ୮ଟି ଏସଏଲାର ବନ୍ଧୁକ ହସ୍ତାନ୍ତର କରିଛନ୍ତି ।
ସୁକମା ଜିଲା ପୁଲିସ ନିକଟରେ ୨ଜଣ କ୍ୟାଡର ନକ୍ସଲ ଆତ୍ମସମର୍ପଣ କରିଥିବାବେଳେ ଗୋଟିଏ ଏଲଏମଜି, ୨ଟି ଏକେ-୪୭ ଏବଂ ୧୦ଲକ୍ଷ ନଗଦ ଟଙ୍କା ପୁଲିସକୁ ହସ୍ତାନ୍ତର କରିଛନ୍ତି ।
ନାରାୟଣପୁର ଜିଲା ପୁଲିସ ନିକଟରେ ଜଣେ ନକ୍ସଲ ଗୋଟିଏ ଏଲଏମଜି ନେଇ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି ।