ବିଜେପିକୁ ଆସିଲେ ଲିଆଣ୍ଡର ପେସ
ପୂର୍ବତନ ଟେନିସ ଖେଳାଳି ଏବଂ ଅଲିମ୍ପିକ ମେଡାଲ ବିଜେତା ଲିଆଣ୍ଡର ପେସ ବିଜେପିରେ ଯୋଗ ଦେଇଛନ୍ତି ।
ପଶ୍ଚିମବଙ୍ଗରେ ଜନ୍ମ ଗ୍ରହଣ କରିଥିବା ଲିଆଣ୍ଡର ପେସ ବିଜେପିରେ ଯୋଗ ଦେବା ପରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁରଦୃଷ୍ଟି ତାଙ୍କୁ ବିଶେଷ ଭାବେ ଅନୁପ୍ରାଣୀତ କରିଛି ।
ସେ କ୍ରୀଡ଼ା ଓ ଯୁବଗୋଷ୍ଠୀଙ୍କ ଉପରେ ଫୋକସ କରିବାକୁ ଚାହାଁନ୍ତି । ସେ ଆହୁରି କହିଛନ୍ତି ଯେ ଭାରତ ଏକ ଯୁବ ରାଷ୍ଟ୍ର ।
ଏଠାରେ ୨୬ବର୍ଷରୁ କମ୍ ୭୪୫ନିୟୁତ ଯୁବଗୋଷ୍ଠୀ ରହୁଛନ୍ତି । ଆସନ୍ତା ୨୦-୨୫ ବର୍ଷ ମଧ୍ୟରେ କ୍ରୀଡ଼ା, ଶିକ୍ଷା, କ୍ରୀଡ଼ା ଭିତିଭୂମି, ଔଷଧ ଇତ୍ୟାଦି ଉପରେ ଫୋକସ ରହିବା ଆବଶ୍ୟକ ।
ଭାରତରେ କ୍ରୀଡ଼ା ଭିତିଭୂମିର ଅନୁପସ୍ଥିତି ପ୍ରତି ଦୃଷ୍ଟି ଆକର୍ଷଣ କରି ସେ କହିଛନ୍ତି ଯେ ଭାରତରେ ଗୋଟିଏ ବି ଇଣ୍ଡୋର ଟେନିସ କୋର୍ଟ ନାହିଁ । ପ୍ରବଳ ଗରମ ଏବଂ ବର୍ଷା ସତ୍ୱେ ଭାରତରେ ଏହାର ଅଭାବ ରହିଛି ।
ମୁଁ ଯେତେବେଳେ ୧୯୮୬ରେ ଖେଳ ଆରମ୍ଭ କଲି, ସେସମୟରେ ଯଥାଯଥ କୋର୍ଟ ନଥିଲା ।
ଭିତିଭୂମି ବିକାଶ ହୋଇଛି, କିନ୍ତୁ ପଶ୍ଚିମବଙ୍ଗ ଏହି କ୍ଷେତ୍ରରେ ଆହୁରି ଭଲ କରିପାରିବ ବୋଲି ସେ କହିଛନ୍ତି ।