ଏପ୍ରିଲ ୧ରୁ ନୂଆ ଆୟକର ନିୟମ
ରାତି ପାହିଲେ ଲାଗୁ ହେବ ନୂଆ ଆୟକର ନିୟମ । ୧୯୬୧ ମସିହାର ଆୟକର ଆଇନ୍ ମାର୍ଚ ୩୧ରେ ଶେଷ ହୋଇଯିବ । ଏପ୍ରିଲ ୧ ତାରିଖରୁ ଆରମ୍ଭ ହେବ ଆୟକର ଆଇନ-୨୦୨୫ । କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଆୟକର ଆଇନକୁ ଆହୁରି ସହଜ କରିବା ନିମନ୍ତେ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଛି । କେବଳ ଆୟକର ଆଇନ୍ ନୁହେଁ, ନୂତନ ଶ୍ରମ କୋଡ ସଂକ୍ରାନ୍ତ କାରଣରୁ ଚାକିରିଜୀବୀ ଓ ମଧ୍ୟବିତଙ୍କ ପାଇଁ ବହୁ କିଛି ବଦଳି ଯିବାର ଆଶଙ୍କା ରହିଛି ।
ନୂତନ ଆଇନରେ ବେତନ କମିଯିବ କି ?
ଭାରତରେ ଅର୍ଗାନାଇଜ୍ଡ ସେକ୍ଟର ଅଧିକାଂଶ ସଂସ୍ଥା ସିଟିସି ମଡେଲରେ ବ୍ୟବହାର କରାଯାଇଥାଏ । ଏହା ଅଧିନରେ କୌଣସି ସଂସ୍ଥା କର୍ମରତ ଶ୍ରମିକଙ୍କୁ ଯେତେ ଟଙ୍କା ଦେଇଥାଏ, ତାହା ବିଭିନ୍ନ ଭାଗରେ ବିଭକ୍ତ କରାଯାଇଥାଏ । ଉଦାହରଣ ସ୍ୱରୂପ ବେସିକ ପେ, ଏଚଆରଏ ବା ଘରଭଡ଼ା ଭତା, ସ୍ପେଶାଲ ଆଲାଉନ୍ସ, ଟ୍ରାଭଲ ଆଲାଉନ୍ସ ଭଳି ବିଭିନ୍ନ ଭାଗରେ ଭାଗ କରାଯାଇଥାଏ । ଯେଉଁମାନଙ୍କ ପିଏଫ୍ ରହିଛି, ସେମାନଙ୍କ କ୍ଷେତ୍ରରେ ବେସିକ ପେ ଉପରେ ପିଏଫ୍ ଏବଂ ପରିମାଣ ନିର୍ଭର କରିଥାଏ । ଏହି କ୍ଷେତ୍ରରେ ଅନେକେ ସମୟ ତୁଳନାରେ ବେସିକ ପେ କମ କରି ଅନ୍ୟାନ୍ୟ ଭତାକୁ ବୃଦ୍ଧି କରି ହାତରେ ମିଳୁଥିବା ବେତନ (ନେଟ୍ ଇନ୍ ହ୍ୟାଣ୍ଡ) ଅଧିକ ହୋଇଥାଏ । କିନ୍ତୁ ବେସିକ ପେ କମ୍ ହେବା କାରଣରୁ ପିଏଫ୍ରେ ଟଙ୍କା ଜମା କରିବାକୁ କମ୍ ପଡ଼ିଥାଏ । କିନ୍ତୁ ନୂତନ ଆଇନ୍ ସିଟିସି ଅନୁସାରେ ୫୦% ବେସିକ ପେ ହେବାକୁ ପଡ଼ିବ । ଯାହାଦ୍ୱାରା ପିଏଫ୍ ଟଙ୍କା ଅଧିକ କଟାଯିବା ସମ୍ଭବ ହେବ । ଏହି କ୍ଷେତ୍ରରେ ହାତକୁ ଆସୁଥିବା ବେତନ କମ୍ ହେବାର ଆଶଙ୍କା ରହୁଛି । ସେହିପରି ଗ୍ରାଚୁ୍ୟଇଟିକୁ ନେଇ ନୂଆ ଆଇନ ସୃଷ୍ଟି ହୋଇଥିବାବେଳେ ଏଚଆରଏ କ୍ଷେତ୍ରରେ ମଧ୍ୟ ନୂତନ ନିୟମ ଲାଗୁ ହେବ ।