ଲିଭ-ଇନ ସମ୍ପର୍କକୁ ମିଳିବ ସ୍ୱାମୀ-ସ୍ତ୍ରୀ ମାନ୍ୟତା
ଲିଭ-ଇନ ରିଲେସନସିପ୍ ଭଳି ସମ୍ପର୍କକୁ ଏବେ ଭାରତରେ ସ୍ୱୀକୃତି ମିଳିବ । ଜନଗଣନାରେ ଲିଭ-ଇନ ୍କପଲଙ୍କୁ ନେଇ ନୂଆ ନିୟମ ହୋଇଛି । ଯେଉଁଥିରେ ଏବେ ବିବାହିତ ଲିଷ୍ଟରେ ଲିଭ-ଇନ ଦମ୍ପତି ସାମିଲ ହୋଇପାରିବେ । ସମାନ ପରିବାରରେ ଏକାଠି ରହୁଥିବା ଲିଭ-ଇନ ଦମ୍ପତିମାନଙ୍କୁ ଏହି ଜନଗଣନାରେ ବିବାହିତ ବୋଲି ବିବେଚନା କରାଯିବ । ଜଣଗଣନା ପୋର୍ଟାଲରେ ଏହା ସ୍ପଷ୍ଟ କରାଯାଇଛି ।
ସରକାରୀ ଅନୁଯାୟୀ ଯଦି ଲିଭ-ଇନରେ ପୁରୁଷ ଓ ମହିଳା ସେମାନଙ୍କ ସମ୍ପର୍କକୁ ଏକ ସ୍ଥିର ସମ୍ପର୍କ ବୋଲି ବିବେଚନା କରନ୍ତି, ତେବେ ଜଣନଣନା ସମୟରେ ହେଉ କିମ୍ବା ଜଣେ ଗଣକ ପରିବାରକୁ ଗସ୍ତ କରିବା ସମୟରେ ହେଉ ସେମାନଙ୍କ ଜଣେ ବିବାହିତ ଦମ୍ପତି ଭାବେ ଗଣନା କରାଯିବ ।
ଅଧିକାରୀମାନଙ୍କ ବକ୍ତବ୍ୟ ଯେ ପୂର୍ବ ଜନଗଣନା ସମୟରେ ମଧ୍ୟ ନିଜକୁ ବିବାହିତ ବୋଲି ଘୋଷଣା କରିଥିବା ଅବିବାହିତ ଦମ୍ପତିମାନଙ୍କୁ ସମାନ ଭାବେ ରେକର୍ଡ କରାଯାଇଥିଲା । ସାମଜର ପରିବର୍ତିତ ଗଠନକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।
ଭୋଟ ଆଇଡି ସଂଶୋଧନ ଆଇନ ଆଜିଠୁ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ୪୫ଦିନ ପାଇଁ ଚାଲିବ । ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳ ଦ୍ୱାରା ପୃଥକ ଭାବେ ତାରିଖ ସୂଚିତ କରାଯିବ । ପ୍ରଥମ ୧୫ଦିନ ସ୍ୱୟଂ ଗଣନା ପାଇଁ ହେବ । ପରେ ଗଣନାକାରୀଙ୍କଦ୍ୱାରା କ୍ଷେତ୍ର ପରିଦର୍ଶନ ପାଇଁ ୩୦ଦିନର ଅବଧି ରହିବ । କେତେକ ପାରମ୍ପରିକ ମତ ଧାରଣକାରୀ ଲୋକ ସରକାରଙ୍କର ଏହି ପଦକ୍ଷେପକୁ ପାରମ୍ପରିକ ବିବାହ ପ୍ରଥା ପ୍ରତି ଏକ ଚ୍ୟାଲେଞ୍ଜ ବୋଲି ମନେ କରୁଛନ୍ତି ।
ଅନ୍ୟପକ୍ଷରେ ଯୁବପିଢ଼ି ଏବଂ ନାଗରିକ ଅଧିକାରକର୍ମୀମାନେ ଏହାକୁ ବ୍ୟକ୍ତିଗତ ସ୍ୱାଧୀନତା ଏବଂ ସମ୍ପର୍କର ଆଧୁନିକ ରୂପକୁ ସ୍ୱୀକୃତି ଦେବାର ଏକ ପଦକ୍ଷେପ ବୋଲି ବିବେଚନା କରୁଛନ୍ତି । ଜନଗଣନା ସମୟରେ ଦିଆଯାଇଥିବା ବ୍ୟକ୍ତିଗତ ତଥ୍ୟ ସମ୍ପୂର୍ଣ୍ଣ ଗୋପନୀୟ ରହିବ । ଏହି ତଥ୍ୟକୁ କୋର୍ଟରେ ପ୍ରମାଣ ଭାବେ ମଧ୍ୟ ଉପସ୍ଥାପନ କରାଯାଇପାରିବ ନାହିଁ । ଏ ନେଇ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଜନଗଣନା କମିସନର ସୂଚନା ଦେଇଛନ୍ତି ।
ସେହିପରି ଜନଗଣନା ଅଧିକାରୀମାନଙ୍କୁ ଏକ କଠୋର ଚେତାବନୀ ଦେଇଛନ୍ତି । ତଥ୍ୟର ଅବହେଳା କିମ୍ବା ଅପବ୍ୟବହାର ଜନଗଣନା କାର୍ଯ୍ୟରେ ବାଧା ସୃଷ୍ଟି କରିବା କିମ୍ବା ନାଗରିକମାନଙ୍କୁ ଜାଣିଶୁଣି ଅପମାନଜନକ କିମ୍ବା ଅନୁପଯୁକ୍ତ ପ୍ରଶ୍ନ ପଚାରିବା ଅପରାଧ ଭାବେ ଧରାଯିବ ।
ଏପରି ଉଲଂଘନ ଜନଗଣନା ଆଇନ୍ ୧୯୪୮ ଅନୁଯାୟୀ ଦଣ୍ଡନୀୟ ଅପରାଧ । ଏହାର ଫଳସ୍ୱରୂପ ଜୋରିମାନା ଏବଂ ୩ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରେ ।
ତେବେ ଆଗାମୀ ଜନଗଣନାର ସମଗ୍ର ପ୍ରକ୍ରିୟା ସମ୍ପୂର୍ଣ୍ଣ ଏବଂ ଡିଜିଟାଇଜେସନଦ୍ୱାରା କରାଯାଉଛି ।
ପ୍ରଥମଥର ପାଇଁ ସମ୍ପୂର୍ଣ୍ଣ କାର୍ଯ୍ୟ ଅନଲାଇନରେ କରାଯିବ । ଏହା ନାଗରିକମାନଙ୍କୁ ଏକ ସ୍ୱଗଣନା ପ୍ରଣାଳୀ ମାଧ୍ୟମରେ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସେମାନଙ୍କର ସୂଚନା ଦାଖଲ କରିବାକୁ ଅନୁମତି ଦେବ ।