ପ.ବଙ୍ଗ ନିର୍ବାଚନ : ଏପ୍ରିଲ ୯ରୁ ୨୯ ପର୍ଯ୍ୟନ୍ତ ଏକ୍ସିଟ ପୋଲ ମନା
ଆଗକୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ।
ଏହି ନିର୍ବାଚନକୁ ଦୃଷ୍ଟିରେ ରଖି ଏକ୍ସିଟ ପୋଲ ପ୍ରକାଶ କ୍ଷେତ୍ରରେ ନିର୍ବାଚନ କମିସନ ନିଷେଧାଜ୍ଞା ଜାରି କରିଛନ୍ତି ।
କମିସନଙ୍କ ବିଜ୍ଞପ୍ତି ଅନୁସାରେ ଏପ୍ରିଲ୯ ତାରିଖ ସକାଳ ୭ଟାରୁ ଏପ୍ରିଲ୍ ୨୯ତାରିଖ ସନ୍ଧ୍ୟା ୬ଟା ୩୦ମିନିଟ୍ ପର୍ଯ୍ୟନ୍ତ ଏକ୍ସିଟ୍ ପୋଲ ପରିଚାଳନା, ପ୍ରକାଶ ଓ ପ୍ରଚାର ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ ରହିବ ।
ନିର୍ବାଚନ କମିସନ ପକ୍ଷରୁ ଆହୁରି କୁହାଯାଇଛି ଯେ ଜନ ପ୍ରତିନିଧି ଆଇନ୍, ୧୯୫୧ର ୧୨୬ଏ ଧାରା ଅଧିନରେ ଏହି ନିର୍ଦେଶ ଜାରି କରାଯାଇଛି ।
ଏହି ସମୟ ମଧ୍ୟରେ କୌଣସି ପ୍ରିଂଟ ବା ଇଲେକ୍ଟ୍ରୋନିକ୍ସ ମାଧ୍ୟମ କିମ୍ବା ଅନ୍ୟ କୌଣସି ଉପାୟରେ ଏକ୍ସିଟ ପୋଲ ସଂକ୍ରାନ୍ତ ତଥ୍ୟ ପ୍ରକାଶ କିମ୍ବା ପ୍ରଚାର କରାଯାଇପାରିବ ନାହିଁ ।