ଅମିତ ଯୋଗୀଙ୍କୁ ଆଜୀବନ କାରାଦଣ୍ଡ
ଛତିଶଗଡ଼ ହାଇକୋର୍ଟ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଅଜିତ ଯୋଗୀଙ୍କ ପୁତ୍ର ତଥା ଜନତା କଂଗ୍ରେସ ନେତା ଅମିତ ଯୋଗୀଙ୍କୁ ହତ୍ୟା ମାମଲା ଅଭିଯୋଗରେ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।
ହାଇକୋର୍ଟ ତାଙ୍କ ସାତଦିନ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦେଶ ଦେଇଛନ୍ତି । ଅମିତ ଯୋଗୀ ଏହି ମାମଲାରେ ସୁପ୍ରିମକୋର୍ଟରେଏକ ଆବେଦନ ଦାଖଲ କରିଛନ୍ତି ।
ମୁଖ୍ୟ ବିଚାରପତି ରମେଶ ସିହ୍ନା ଏବଂ ବିଚାରପତି ଅରବିନ୍ଦ କୁମାର ବର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ଏନ୍ସିପି ନେତା ରାମାବତାର ଯୋଗୀଙ୍କୁ ୨୦୦୩ ମସିହା ଜୁନ୍ ୪ ତାରିଖରେ ହତ୍ୟା କରାଯାଇଥିଲା । ଯାହା ରାଜ୍ୟର ରାଜନୈତିକ ଦୃଶ୍ୟପଟରେ ଉତେଜନା ସୃଷ୍ଟି କରିଥିଲା ।
ଏହି ବହୁଳ ପ୍ରଚାରିତ ମାମଲାରେ ଏକ ନିମ୍ନ ଅଦାଲତ ୨୦୦୭ ମସିହାରେ ୨୮ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲା । ଯେତେବେଳେ ପ୍ରଭାବ ଅଭାବରୁ ଅମିତ ଯୋଗୀଙ୍କୁ ନିର୍ଦୋଷରେ ଖଲାସ କରାଯାଇଥିଲା ।
ଯୋଗୀଙ୍କ ପୁଅ ପରେ ଏହି ନିଷ୍ପତିକୁ ଚ୍ୟାଲେଞ୍ଜ କରିଥିଲେ, ଯାହା ପରେ ମାମଲା ସୁପ୍ରିମ କୋର୍ଟରେ ପହଂଚିଥିଲା । ଯେଉଁଠାରେ ପରବର୍ତୀ ଶୁଣାଣି ପାଇଁ ଏହାକୁ ପୁନର୍ବାର ହାଇକୋର୍ଟକୁ ପଠାଯାଇଥିଲା ।