ପ୍ରବାସୀ ଶ୍ରମିକଙ୍କ ପାଇଁ ଖୁସି ଖବର
୨ ଗୁଣା ହେଲା ୫ କେଜି ଏଫଟିଏଲ ସିଲିଣ୍ଡର
ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଲାଗିଥିବା ଭୟଙ୍କର ଯୁଦ୍ଧ ପାଇଁ ସାରା ବିଶ୍ୱ ତଥା ଭାରତରେ ଗ୍ୟାସର ସଂକଟ ଲାଗି ରହିଛି ।
ତେବେ ଏହା ଭିତରେ ଭାରତକୁ ଇରାନ ପଟୁ ଜାହାଜ ଯୋଗେ ପର୍ଯ୍ୟାୟକ୍ରମେ ଏଲପିଜି ଗ୍ୟାସ ରପ୍ତାନୀ ଜାରି ରହିଛି । ଏଣୁ ଦେଶରେ ଗ୍ୟାସ ସଂକଟକୁ ମୁକାବିଲା କରିହେଉଛି ।
ତେବେ ପ୍ରବାସୀ ଶ୍ରମିକଙ୍କ ପାଇଁ ସରକାର ଗ୍ୟାସ ଯୋଗାଣ ନେଇ ଏକ ଘୋଷଣା କରିଛନ୍ତି ।
ତଦନୁଯାୟୀ ପ୍ରବାସୀ ଶ୍ରମିକଙ୍କ ପାଇଁ ୨ ଗୁଣା ହେଲା ୫ କେଜିଆ ଏଫଟିଏଲ ସିଲିଣ୍ଡର ।
ଏ ନେଇ ପେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି ।
ତଦନୁଯାୟୀ କେବଳ ପ୍ରବାସୀ ଶ୍ରମିକମାନେ ଏହି ୫ କେଜିଆ ଏଫଟିଏଲ ସିଲିଣ୍ଡର ପାଇପାରିବେ ।