ଗୋ ମାଫିଆଙ୍କ ଘରୁ ମିଳିଲାଣି ୫୦ ଲକ୍ଷ
୩ ଜିଲାର ୩୨ ଜାଗାରେ ଚଢ଼ଉ ଜାରି
ସରକାର ଗୋଚାଲାଣ ପ୍ରତି ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି ।ବହୁତ ଦିନ ହେବ ରାଜ୍ୟରେ ଚାଲିଥିବା ବେଆଇନ ଗୋଚାଲାଣକୁ ରୋକିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଅଭିଯାନ ଚାଲିଥିଲା ।
ଏହି ଅପରେସନରେ ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜ ଆଦି ୩ ଜିଲାର ୩୨ଟି ଜଗାରେ ଚଢ଼ଉ ଚାଲିଛି । ଆଜି ବାଲେଶ୍ୱରର ବିଭିନ୍ନ ସ୍ଥାନରେ ଗୋ ମାଫିଆଙ୍କ ଘରେ ରେଡ ହୋଇଛି ।
ବାଲେଶ୍ୱରର କଂସେଇ ମହଲା, ପୁଲ ବଜାର ଓ ବଙ୍କା ଖଜୁରୀ ଅଂଚଳରେ ପୁଲିସ ଚଢ଼ଉ କରିଛି ।
ସହରର ଶେଖ ହାଫିଜ ଓ ଶେଖ ଜଲାଲୁଦିନଙ୍କ ଘରେ ବିପୁଳ ପରିମାଣର ସୁନା, ଗହଣା, ନଗଦ ଟଂକା ପୁଲିସ ଜବତ କରିଛି ବୋଲି ଏସପି କହିଛନ୍ତି । ଏଯାବତ ଗୋ ମାଫିଆଙ୍କ ଘରୁ ଜବତ ହେଲାଣି ୫୦ ଲକ୍ଷ ଟଙ୍କା ।
ଏହି ଚଢ଼ଉବେଳେ ବିଡ଼ା ବିଡ଼ା ନଗଦ ଟଙ୍କା, ବହୁ ପରିମାଣର ସୁନା, ରୂପା ଅଳଙ୍କାର,
ତେବେ ଏହି ଚଢ଼ଉବେଳେ କେବଳ ନଗଦ ଟଙ୍କା ନୁହେଁ ବିପୁଳ ପରିମାଣର ସୁନା ଓ ଅଳଙ୍କାର ମଧ୍ୟ ଜବତ ହୋଇଛି ।
ସେହିପରି ବହୁ ଦାମୀ ୪ ଚକିଆ ଗାଡ଼ି ଓ ବାଇକ ମଧ୍ୟ ଜବତ ହୋଇଛି । ଚଢ଼ଉବେଳେ ଗୋଚାଲାଣକାରୀଙ୍କ ନିକଟରୁ ବିଭିନ୍ନ ମାରଣାସ୍ତ୍ର ଜବତ ହୋଇଥିବା ଏସପି କହିଛନ୍ତି ।
ଏହି ଚଢ଼ଉବେଳେ ବେଆଇନ ଗୋଚାଲାଣ କରୁଥିବା ଭଦ୍ରକର ୬ ଏବଂ ବାଲେଶ୍ୱରର ୪ ଜଣଙ୍କୁ ପୁଲିସ ଅଟକ ରଖିଛି ।
ସେହିପରି ମୟୁରଭଞ୍ଜରେ ମଧ୍ୟ ୪ରୁ ୫ ଜଣ ଅଟକ ରହିଛନ୍ତି । ଡିଜିପିଙ୍କ ନିର୍ଦେଶରେ ଏହି ଅଭିଯାନ ଜାରି ରହିଥିବା ଏସପି କହିଛନ୍ତି ।
ତେବେ ବାଲେଶ୍ୱରର ୧୦ଟି ସ୍ଥାନରେ ଚଢ଼ଉ ଜାରି ରହିଛି ।