ବଢ଼ିପାରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର!
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଏଲ୍ପିଜି ମୂଲ୍ୟ ପୂର୍ବାପେକ୍ଷା ବୃଦ୍ଧି ପାଇଛି । ତେବେ କେବଳ ଏଲପିଜି ନୁହେଁ, ଅନ୍ୟ କେତେକ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।
ଯାହାକୁ ନେଇ ସାଧାରଣ ହଟହଟାର ସମ୍ମୁଖୀନ ହେବେ । ଜଣାପଡ଼ିଛି ଏଲପିଜି ପରେ ସାବୁନ, ତେଲ ମୂଲ୍ୟ ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ଦେଖାଦେଇଛି । ବିଶ୍ୱସ୍ତରରେ ଚାଲିଥିବା ଉତେଜନା ଏବଂ ବଢ଼ୁଥିବା ଅଶୋଧ୍ଖଚ୍ଛ ତୈଳ ଦର ଏବେ ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଇଛି ।
ବିସ୍କୁଟ, ସାବୁନ, ଖାଇବା ତେଲଠୁ ଆରମ୍ଭ କରି ଘର ପାଇଁ ବ୍ୟବହୃତ ବିଭିନ୍ନ ସାମଗ୍ରୀ ମହଙ୍ଗା ହେବାର ଆଶଙ୍କା ଦେଖାଦେଇଛି । ବିଶେଷ କରି ପ୍ୟାକେଜିଂ ଏବଂ ପେଟ୍ରୋଲିୟମ ସମ୍ବନ୍ଧୀୟ ସାମଗ୍ରୀର ବର୍ଦ୍ଧିତ ମୂଲ୍ୟ ଏହେବ କମ୍ପାନୀଗୁଡ଼ିକୁ ମୂଲ୍ୟ ବୃଦ୍ଧି ବିଷୟରେ ବିଚାର କରିବାକୁ ବାଧ୍ୟ କରୁଛି ।
ଜିରା ଜାତୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇବାକୁ ଥିବାବେଳେ ଖାଇବା ତେଲ ଦାମ ଲିଟର ପ୍ରତି ୪ରୁ ୫ଟଙ୍କା କିଛି କମ୍ପାନୀ ବଢ଼ାଇଛନ୍ତି ।
ପାମ ଅଏଲ ମୂଲ୍ୟ ବୃଦ୍ଧି ଯୋଗୁଁ ବ୍ରିଟାନିଆ, ନ୍ୟାସଲେ, ବିକାଜି ଭଳି କମ୍ପାନୀଗୁଡ଼ିକ ନିଜ ଉତ୍ପାଦିତ ସାମଗ୍ରୀର ମୂଲ୍ୟ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଥିବା ପରିଲକ୍ଷିତ ହୋଇଛି ।