ଔଙ୍ଗୋଲିରେ ମୃଦୁ ଭୂମିକମ୍ପ
ମହାରାଷ୍ଟ୍ରର ମରାଠୱାଡ଼ା ଅଂଚଳର ହିଙ୍ଗୋଲି ଜିଲାରେ ଆଜି ସକାଳେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ୪.୭ ରେକ୍ଟର ସ୍କେଲ ଥିଲା ।
ପଡ଼ୋଶୀ ନାନେ୍ଦଡ ଓ ପରଭାନୀ ଜିଲାରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ହିଙ୍ଗୋଲିର ପାଙ୍ଗରା ସିନେ୍ଦ ଗାଁରେ କିଛି ଘର ଏବଂ ସାମୁଦାୟିକ କୋଠାରେ ଫାଟ ସୃଷ୍ଟି ହୋଇଛି ।
ମୃତାହତ ନେଇ ବର୍ତମାନ ପର୍ଯ୍ୟନ୍ତ ସୂଚନା ମିଳିନାହିଁ । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ସକାଳ ୮.୪୫ମିନିଟରେ ଭୂମିକମ୍ପ ରେକର୍ଡ କରାଯାଇଛି ।
ଏହାର କେନ୍ଦ୍ରସ୍ଥଳ ହିଙ୍ଗୋଲି ଜିଲାର ୱାସମତ ତାଲୁକାର ସିରଲି ଗାଁରେ ଥିଲା, ଯାହାକି ଭୂମିଠାରୁ ଦଶ କିଲୋମିଟର ତଳେ ଥିଲା । ଆଜି ସକାଳେ ମହାରାଷ୍ଟ୍ରର ମରାଠୱାଡା ଅଂଚଳର ହିଙ୍ଗୋଲି ଜିଲାରେ ୪.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି ।
ପଡ଼ୋଶୀ ନାନେ୍ଦଡ ଏବଂ ପରଭାନୀ ଜିଲାରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ହିଙ୍ଗୋଲିର ପାଙ୍ଗରା ସିନେ୍ଦ ଗାଁରେ କିଛି ଘର ଏବଂ ସାମୁଦାୟିକ କୋଠାରେ ଫାଟ ସୃଷ୍ଟି ହୋଇଛି, ଯଦିଓ କୌଣସି ମୃତାହତ ଖବର ମିଳିନାହିଁ ।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ସକାଳ ୮ଟା ୪୫ମିନିଟରେ ଭୂମିକମ୍ପ ରେକର୍ଡ କରାଯାଇଛି । ଏହାର କେନ୍ଦ୍ରସ୍ଥଳ ହିଙ୍ଗୋଲି ଜିଲାର ୱାସମତ ତାଲୁକାର ସିରଲି ଗାଁରେ ଥିଲା, ଯାହାକି ଭୂମିଠାରୁ ଦଶ କିଲୋମିଟର ତଳେ ଥିଲା ।
ଜିଲା ମାଜିଷ୍ଟ୍ରେଟ ରାହୁଳ ଗୁପ୍ତା କହିଛନ୍ତି ଯେ ପାଙ୍ଗରା ସିନେ୍ଦ ଗାଁରେ ଥିବା କିଛି ଘର ଓ କୋଠାରେ ଫାଟ ସୃଷ୍ଟି ହୋଇଥିବା ପରିଲକ୍ଷିତ ହୋଇଛି । ନାନେ୍ଦଡ ସହର, ଗ୍ରାମାଂଚଳ, ଅର୍ଦ୍ଧପୁର, ହଦଗାଓଁ ଏବଂ ହିମାୟତନଗର ତାଲୁକା ଏବଂ ପରଭାନୀ ଜିଲାର କିଛି ଅଂଶରେ ମଧ୍ୟ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା ।
ସ୍ଥାନୀୟ ପ୍ରଶାସନ ଏଥିପାଇଁ କୌଣସି ଭୟ ନ ପାଇବାକୁ ପରାମର୍ଶ ଦେଇଛନ୍ତି ।