ବନ୍ଦ ହେବ ପେଟ୍ରୋଲ ବାଇକ!
ଜଣାପଡ଼ିଛି ଯେ ଦିଲ୍ଲୀରେ ପେଟ୍ରୋଲ ଗାଡ଼ିର ଯୁଗ ଶେଷ ହେବାକୁ ଯାଉଛି । ରାଜଧାନୀ ଦିଲ୍ଲୀରେ ଦୁଇ ଚକିଆ ପେଟ୍ରୋଲ ଯାନ ଉପରେ ରୋକ ଲାଗିବ ।
୨୦୨୮ରୁ ନୂତନ ପେଟ୍ରୋଲ ଦୁଇ ଚକିଆ ଯାନ ପଞ୍ଜକରଣ ବନ୍ଦ ହୋଇପାରେ । ଦିଲ୍ଲୀ ସରକାରଙ୍କ ଇଭି ଡ୍ରାଫ୍ଟ ପଲିସି ଆସିଛି ।
ପରିବହନ ବିଭାଗ ପକ୍ଷରୁ ଦିଲ୍ଲୀ ବୈଦ୍ୟୁତିକ ଯାନ (ଇଭି) ନୀତି ୨୦୨୬-୩୦ର ଚିଠା ପ୍ରସ୍ତାବ ଜାରି କରାଯାଇଛି । ପେଟ୍ରୋଲ ଏବଂ ସିଏନଜି ଇନ୍ଧନଚାଳିତ ଦୁଇ ଚକିଆ ଯାନ ବନ୍ଦ ହେବ । ଇଲେକ୍ଟ୍ରିକ ଯାନକୁ ପ୍ରୋତ୍ସାହିତ କରାଯିବ ।
ପ୍ରଦୂଷଣକୁ ରୋକିବାକୁ ପ୍ରୟାସ କରାଯିବ । ଏହି ଚିଠା ପ୍ରସ୍ତାବ ଅନୁଯାୟୀ ୨୦୨୭ ମସିହା ଜାନୁଆରୀ ୧ ତାରିଖରୁ ଦିଲ୍ଲୀରେ କେବଳ ବୈଦ୍ୟୁତିକ ତିନି ଚକିଆ ଯାନର ନୂତନ ପଞ୍ଜିକରଣ ହୋଇପାରିବ ।
ସେହିପରି ୨୦୨୮ ଏପ୍ରିଲ ୧ ତାରିଖ ପରଠାରୁ ପେଟ୍ରୋଲ ଚାଳିତ ଦୁଇ ଚକିଆ ଗାଡ଼ି ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ ହେବ ଏବଂ କେବଳ ଇଲେକ୍ଟ୍ରିକ ମଡେଲକୁ ଅନୁମତି ମିଳିବ ।
ବାଣିଜି୍ୟକ କ୍ଷେତ୍ରରେ ମଧ୍ୟ ବଡ଼ ପରିବର୍ତନ ଅଣାଯାଇଛି । ଯେଉଁଥିରେ ଆଗ୍ରିଗେଟର ବା ବିଭିନ୍ନ ସଂସ୍ଥା ଅଧିନରେ ଚାଲୁଥିବା ଗାଡ଼ିଗୁଡ଼ିକ ପାଇଁ ୨୦୨୬ ଜାନୁଆରୀରୁ ହିଁ ନୂତନ ପେଟ୍ରୋଲ ବା ଡିଜେଲ ଗାଡ଼ି କିଣିବା ଉପରେ ରୋକ ଲଗାଯାଇଛି ।
ଏଥି ସହିତ ସରକାରୀ ଗାଡ଼ି ଏବଂ ସ୍କୁଲ ବସଗୁଡ଼ିକ ପର୍ଯ୍ୟାୟକ୍ରମେ ବୈଦ୍ୟୁତିକରଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।