ପୁଣି ଏକ ଦନ୍ତା ହାତୀର ମୃତ୍ୟୁ
କନ୍ଧମାଳ ବେଲଘର ବନାଂଚଳରେ ଝିରିପାଣି ସେକ୍ସନରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି । ଶିମିଳିପଦର ଗାଁ ପାଖ ଜଙ୍ଗଲରେ ଏକ ଦନ୍ତାର ମୃତ୍ୟୁ ଘଟିଛି । ତା’ର ବୟସ ୯ରୁ ୧୦ ବର୍ଷ ଅନୁମାନ କରାଯାଉଛି ।
ହାତୀଟି ବୋମା ଖାଇଦେବା ପରେ ତା’ର ଶୁଣ୍ଢରେ ଏକ ବଡ଼ ଘା’ ହୋଇଥିଲା ଓ ପରେ ସେ ଅସୁସ୍ଥ ହୋଇପଡ଼ିଥିଲା ।
ଖବରପାଇ ବାଲିଗୁଡ଼ା ବନଖଣ୍ଡର ଏକ ଟିମ ସେଠାରେ ପହଂଚି ବେଲଘର ବନାଂଚଳରେ ହାତୀଟିର ଚିକିତ୍ସର କରିଥିଲେ; ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ହାତୀଟିର ମୃତ୍ୟୁ ଘଟିଛି ।
ଏଥିପୂର୍ବରୁ ମଧ୍ୟ କଳାହାଣ୍ଡି ଜିଲ୍ଲାର ବେଲଘର ବନାଂଚଳରେ ଏକ ହାତୀର ମୃତ୍ୟୁ ଘଟିଥିଲା ।
ସେତେବେଳେ ତକ୍ରାଳନୀ ବନାଂଚଳ ଅଧିକାରୀ ଉକ୍ତ ହାତୀର ମୃତଶରୀରକୁ ୩୨ ଖଣ୍ଡ ଖଣ୍ଡ କରି କାଟି କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ପୋତି ଦେଇଥିଲେ ।