ରାଜ୍ୟରେ ପ୍ରଥମ ୩-ଡି ଗ୍ଲାସ ପ୍ୟାକେଜିଂ ୟୁନିଟର ଶିଳାନ୍ୟାସ
ଏହି ପ୍ରକଳ୍ପରେ ୧୯୪୪ କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇଛି
ଭୁବନେଶ୍ୱରର ଇନଫୋଭ୍ୟାଲି ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ପ୍ରଥମ ୩-ଡି ଗ୍ଲାସ ପ୍ୟାକେଜିଂ ୟୁନିଟର ଶିଳାନ୍ୟାସ କରିଛନ୍ତି ।
ଏହି ପ୍ରକଳ୍ପରେ ୧୯୪୪ କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇଛି । ଏହି ୟୁନିଟ ବର୍ଷକୁ ପ୍ରାୟ ୭୦ ହଜାର ଗ୍ୟାସ ପ୍ୟାନେଲ ୩-ଡି ଗ୍ଲାସ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି ।
ଏହାକୁ ସେମିକଣ୍ଡକ୍ଟର ଇଣ୍ଡଷ୍ଟି୍ରର ଭବିଷ୍ୟତ ମଧ୍ୟ କୁହାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।
ଏହି ୟୁନିଟ ରାଜ୍ୟରେ ୨୫୦୦ ନିଯୁକ୍ତି ସୃଷ୍ଟି କରିବା ସହ ପରୋକ୍ଷରେ ମଧ୍ୟ ବହୁ ଲୋକଙ୍କୁ ରୋଜଗାରକ୍ଷମ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏଥିରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ରାଜ୍ୟ ସରକାରଙ୍କ ବହୁ ମନ୍ତ୍ରୀ, ଇନଫୋଭ୍ୟାଲିର ସିଇଓ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।