ତାମିଲନାଡ଼ୁ ବାଣ କାରଖାନାରେ ବିସ୍ଫୋରଣ : ୧୬ ମୃତ
ତାମିଲନାଡ଼ୁର ବିରୁଧୁନଗର ଜିଲାସ୍ଥିତ ଏକ ବାଣ କାରଖାନାରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟିବାଦ୍ୱାରା ୧୩ଜଣଙ୍କ ପ୍ରାଣହାନୀ ଘଟିଛି ।
ପ୍ରାଥମିକ ରିପୋର୍ଟ ଅନୁସାରେ ଘଟଣାସ୍ଥଳରୁ ୧୬ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ଭଗ୍ନାବଶେଷ ତଳେ ଆହୁରି ଅନେକେ ଫସି ରହିପାରିଥାଆନ୍ତି ବୋଲି ତଦନ୍ତକାରୀ ଦଳ ଅନୁମାନ କରୁଛି ।
ପୁଲିସ, ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଅବ୍ୟାହତ ରହିଛି । କେଉଁ କାରଣରୁ ଏଭଳି ବିସ୍ଫୋରଣ ତାହା ସଠିକ୍ ଜଣାପଡ଼ିନାହିଁ ।