ମଝି ଆକାଶରେ ଅଟକିଲା ବିମାନ
୪ ଘଂଟା ଧରି ଭୟଭୀତ ଯାତ୍ରୀ
ଗତ ରବିବାର ହାଇଦରାବାଦରୁ ହୁବଲୀ ଯାଉଥିବା ଫ୍ଲାଏ-୯୧ ଏୟାରଲାଇନ୍ସର ଏକ ବିମାନ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଆକାଶରେ ଅଟକି ଯାଇଥିଲା ।
ଫଳରେ ଚାରି ଘଂଟା ଧରି ଏହି ବିମାନ ଭିତରେ ଯାତ୍ରୀ ଆତଙ୍କିତ ହୋଇପଡ଼ିଥିଲେ ।
ତେବେ ହୁବଲୀରେ ଅବତରଣର କିଛି ସମୟ ପୂର୍ବରୁ ହିଁ ପାଗ ଖରାପ ହୋଇଯାଇଥିଲା ।
ଏହି ସମୟରେ ଉକ୍ତ ଫ୍ଲାଇଟ ଭିତରେ ଥିବା ଯାତ୍ରୀଙ୍କ ମଧ୍ୟରୁ କିଏ କାନ୍ଦୁଥିଲା ତ ଆଉ କିଏ ଭୟରେ ଚିକ୍ରାର କରୁଥିବା ଦେଖାଯାଇଥିଲା ।
ଶେଷରେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା ଓ ଯାତ୍ରୀମାନେ ଆଶ୍ୱସ୍ତ ହୋଇଥିଲେ ।