୪୪ଡିଗ୍ରୀ ଛୁଇଁଲା ରାଜ୍ୟର ଦୁଇ ସହର
ସମଗ୍ର ରାଜ୍ୟରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇଛି ।
ଗତ କିଛିଦିନ ହେଲା ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ତାତି ଅନୁଭୂତ ହେଉଥିବାବେଳେ ଏବେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ମଧ୍ୟ ପ୍ରଚଣ୍ଡ ରୌଦ୍ରତାପ ହେଉଛି ।
ରାଜ୍ୟର ଦୁଇ ସହର ୪୪ ଡିଗ୍ରୀ ଛୁଇଁଛି ।
ଝାରସୁଗୁଡ଼ା ଓ ତାଳଚେରରେ ତାପମାତ୍ରା ୪୪ଡିଗ୍ରୀ ରେକର୍ଡ ହୋଇଛି ।
ସେହିପରି ଢେଙ୍କାନାଳ, ସମ୍ବଲପୁର ଓ ପାରଳାଖେମୁଣ୍ଡିରେ ୪୩ଡିଗ୍ରୀ, ବରଗଡ଼ରେ ୪୨.୬ଡିଗ୍ରୀ, ରାଉରକେଲା, ସୁନ୍ଦରଗଡ଼ ଓ ନୂଆପଡ଼ାରେ ୪୨.୫ଡିଗ୍ରୀ ତାପମାତ୍ରା ହୋଇଛି ।
ଅନ୍ୟପଟେ ଭୁବନେଶ୍ୱରରେ ବି ଅସହ୍ୟ ତାତି ଅନୁଭୂତ ହେଉଛି ।
ଗୁରୁବାର ତାପମାତ୍ରା ୪୨.୧ଡିଗ୍ରୀ ଛୁଇଁଥିବାବେଳେ ଭବାନୀପାଟଣାରେ ୪୨ଡିଗ୍ରୀ, ବୌଦ୍ଧ ୪୧.୪ଡିଗ୍ରୀ, ନୟାଗଡ଼ ଓ ଖୋର୍ଦ୍ଦାରେ ୪୧ଡିଗ୍ରୀ ଏବଂ କେନ୍ଦୁଝରରେ ତାପମାତ୍ରା ୪୦.୯ ଡିଗ୍ରୀ ରେକର୍ଡ଼ କରାଯାଇଛି ।