ଟିଏମସି ମହିଳା ବିରୋଧୀ : ମୋଦି
‘ମହିଳାଙ୍କ ସୁରକ୍ଷା ଆମର ପ୍ରାଥମିକତା’
ଟିଏମସି ଏକ ମହିଳା ବିରୋଧୀ ଦଳ କହି କଡ଼ା ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ପଶ୍ଚିମବଙ୍ଗର ହାୱଡ଼ା ଠାରେ ଏକ ବିଶାଳ ରୋଡ ସୋ’ ପରେ ସେଠାରେ ଆୟୋଜିତ ଜନସଭାକୁ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ।
ଯାହାଙ୍କ ଝିଅ ଟିଏମସି ଜଙ୍ଗଲରାଜର ଶିକାର, ବିଜେପି ତାଙ୍କୁ ପ୍ରାର୍ଥୀ କରିଛି । ଯେତେବେଳେ ବଙ୍ଗର ଝିଅ ନ୍ୟାୟ ମାଗନ୍ତି, ଟିଏମସି ଘରୁ ନ ବାହାରିବାକୁ କହେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭର୍ତ୍ସନା କରିଛନ୍ତି ।
ଝିଅମାନେ ସ୍ୱପ୍ନ ଦେଖନ୍ତୁ ତାହା ଟିଏମସି ଚାହୁଁନାହିଁ; ମାତ୍ର ବିଜେପି କ୍ଷମତାକୁ ଆସିଲେ ପଶ୍ଚିମବଙ୍ଗର କୌଣସି ଝିଅର ସ୍ୱପ୍ନକୁ ମରିବାକୁ ଦେବ ନାହିଁ ।
ମୁଁ ଆପଣମାନଙ୍କୁ ଆଶ୍ୱାସନା ଦେଉଛି ଯେ, ମହିଳାଙ୍କ ସୁରକ୍ଷା ଆମର ପ୍ରାଥମିକତା ।
ବିଜେପି ସରକାର ଗଠନ ପରେ ମହିଳା ବିରୋଧୀଙ୍କ ଫାଇଲ ଖୋଲିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ଆଜି କହିଛନ୍ତି ।