ବିଜେପିକୁ ମୁହାଁଇଲେ ରାଘବ
ସାଂସଦ ରାଘବ ଚଢ଼ା ଆମ ଆଦମୀ ପାର୍ଟି ଛାଡ଼ିଛନ୍ତି, ସନ୍ଦୀପ ପାଠକ ଏବଂ ଅଶୋକ ମିତଳଙ୍କ ସହିତ ସେ ମଧ୍ୟ ବିଜେପିରେ ସାମିଲ ହେବାକୁ ଯାଉଛନ୍ତି ।
ଏହି ତିନି ରାଜ୍ୟସଭା ସାଂସଦ ବିଜେପି ଶିବିରରେ ଯୋଗ ଦେବା ନେଇ ସୁନିଶ୍ଚିତ ହୋଇଛି ।
ରାଘବ ଚଢ଼ା କହିଛନ୍ତି ଯେ ଆମ ଆଦମୀ ପାର୍ଟି ଦେଶର ମଙ୍ଗଳ ପାଇଁ ନୁହେଁ, ନିଜର ବ୍ୟକ୍ତିଗତ ଲାଭ ପାଇଁ କାମ କରୁଛି । ଏହି ଦଳ ଦୁର୍ନୀତି ହଟାଇବା ନାମରେ ଗଠନ ହୋଇଥିଲା, କିନ୍ତୁ କେତେକଙ୍କ ଯୋଗୁଁ ଏବେ ଦଳ ତାର ମୂଲ ଲକ୍ଷ୍ୟ ଠାରୁ ଦୂରେଇ ଯାଉଥିବା ପରିଲକ୍ଷିତ ହୋଇଛି ।
ରାଘବ ଦାବି କରିଛନ୍ତି ଯେ ଆମ ଆଦମୀ ପାର୍ଟିର ଦୁଇ ତୃତୀୟାଂଶ ସାଂସଦ ବିଜେପିରେ ସାମିଲ ହେବାକୁ ଯାଉଛନ୍ତି । ମୁଁ ଦଳର ପ୍ରତିଷ୍ଠାତା ସଦସ୍ୟ ଥିଲି, ଏହି ଦଳକୁ ମୋଠୁ ଆଉ କେହି ଅଧିକ ଜାଣି ନଥିବେ । ତେବେ ପାର୍ଟି ଆଉ ପୂର୍ବ ଭଳି ତାର ନୀତି ଆଦର୍ଶରେ କାର୍ଯ୍ୟ କରୁନାହିଁ । ଯାହା ପାଇଁ ମୁଁ ଦଳଠାରୁ ଏକବର୍ଷ ହେଲା ଦୂରେଇ ଥିଲି ।
ସୂଚନାଯୋଗ୍ୟ ଯେ କିଛିଦିନ ପୂର୍ବେରୁ ପଞ୍ଜାବ ସରକାରଙ୍କ ପକ୍ଷରୁ ଆମ ଆଦମୀ ପାର୍ଟି (ଆପ)ର ପ୍ରମୁଖ ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କୁ ପ୍ରଦାନ କରାଯାଇଥିବା ସର୍ବୋଚ୍ଚ ‘ଜେଡ+’ ବର୍ଗର ସୁରକ୍ଷା ବ୍ୟବସ୍ଥାକୁ ହଠାତ୍ ପ୍ରତ୍ୟାହାର କରି ନିଆଯାଇଥିଲା । ଦଳୀୟ ନେତୃତ୍ୱ ସହ ବଢ଼ୁଥିବା ଦୂରତା ଯୋଗୁଁ ଏହି ପଦକ୍ଷେପ ନିଆଯାଇଥିବା ଚର୍ଚ୍ଚା ହେଉଥିବାବେଳେ ବର୍ତମାନ ତାଙ୍କୁ କେନ୍ଦ୍ରୀୟ ସୁରକ୍ଷା ବଳୟ ପ୍ରଦାନ କରାଯାଇଛି ।
ଅନୁମାନ ହୁଏ ଏହି ସୁରକ୍ଷା କାଟ ପଛରେ ଦଳୀୟ ଅସନ୍ତୋଷର ଏକ ଲମ୍ବା ତାଲିକା ରହିଛି । ଯାହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି ।