ଆପରେ ଅପରେସନ ଲୋଟସ
ଇସ୍ତଫା ଦେଲେ ରାଘବଙ୍କ ସମେତ ୭ ସାଂସଦ
ଆମ ଆଦମୀ ପାର୍ଟି (ଆପ୍)ରେ ଏବେ ଚାଲିଛି ଦଳ ଡିଆଁ ପର୍ବ । ବା ଏପରିବି କୁହାଯାଇପାରେ ଯେ (ଆପ୍)ରେ ବର୍ତମାନ କେନ୍ଦ୍ରର ମୋଦି ସରକାର ଅପରେସନ ଲୋଟସ ଆରମ୍ଭ କରିସାରିଛନ୍ତି ।
ଆଗାମୀ ଦିନରେ ଦିଲ୍ଲୀରୁ ବିରୋଧୀ ଆପ୍ ଦଳକୁ ସମ୍ପୂର୍ଣ୍ଣ ରୂପେ ଧୂଳିସାତ କରିଦେବା ଉଦେ୍ଦଶ୍ୟରେ ଏଭଳି କରାଯାଇଥିବା କେତେକ ରାଜନୈତିକ ବିଶେଷଜ୍ଞମାନେ କହୁଛନ୍ତି ।
ପ୍ରକାଶଥାଉ କି, ଆପ୍ ଦଳରୁ ସାଂସଦ ରାଘବ ଚଢ଼ାଙ୍କ ସମେତ ୬ ଜଣ ସାଂସଦ ଇସ୍ତଫା ଦେଇ ପଦ୍ମ ଧରିଛନ୍ତି ।
ଆପ୍ ରୁ ଇସ୍ତଫା ଦେବା ପରେ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ମୁଁ ଠିକ ଲୋକ; କିନ୍ତୁ ଭୁଲ ପାର୍ଟିକୁ ଯାଇଥିଲି ।
ଆପ୍ ଦେଶ ପାଇଁ ନୁହେଁ ବ୍ୟକ୍ତି ସ୍ୱାର୍ଥ ପାଇଁ କାମ କରୁଛି ।
ଏବେ ମୁଁ ରାଜନୀତିରେ ସକ୍ରିୟ ରହିବି ଓ ବିଜେପିରେ ମିଶି ଦେଶସେବା କରିବି ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି