ଛାତ୍ରୀଙ୍କୁ ଅସଦାଚରଣ ନେଇ ମାମଲା
ନବରଙ୍ଗପୁରରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା ନେଇ ଜଣେ ପ୍ରଧାନ ଶିକ୍ଷକଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି । ନବରଙ୍ଗପୁର ତେନ୍ତୁଳିଖୁଂଟି ଥାନା ଅଂଚଳର ଏକ ସ୍କୁଲର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି ।
ତେନ୍ତୁଳିଖୁଂଟି ଥାନାଅଂଚଳରେ ଏକ ସେବାଶ୍ରମରେ ଜଣେ ୭ମ ଶ୍ରେଣୀର ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଥିଲା । କିନ୍ତୁ ଜିଲ୍ଲା ମଙ୍ଗଳ ଅଧିକାରୀ ଘଟଣାକୁ ଚାପି ଦେଇଥିଲେ ଓ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କ ଅନ୍ୟତ୍ର ବଦଳି କରି ଚୁପ ବସିଥିଲେ ।
ସେପଟେ ନ୍ୟାୟ ପାଇଁ ଆଜି ପୀଡ଼ିତା ନାବାଳିକା ଛାତ୍ରୀଙ୍କ ପରିବାର ଲୋକେ ବିଜେଡି ନେତା ପ୍ରଦୀପ ମାଝୀଙ୍କ ସହାୟତାରେ ନବରଙ୍ଗପୁର ଥାନାରେ ଅସଦାଚରଣ କରିଥିବା ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଏତଲା ଦେଇଛନ୍ତିି । ଅନ୍ୟପଟେ ଆଇନ ଅନୁଯାୟୀ ଏହି ଘଟଣାରେ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।