ସଡ଼କ ଦୁର୍ଘଟଣା : ୫ମୃତ, ୬ ଗୁରୁତର
ମଧ୍ୟପ୍ରଦେଶର ନର୍ମଦାପୁରମଠାରେ ଏକ ଭୟାବହ ସଡ଼କ ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬ଜଣଙ୍କୁ ଗୁରୁତର ଅବସ୍ଥାରେ ହାସପାତାଳରେ ଭର୍ତି କରାଯାଇଛି ।
ଜଣାପଡ଼ିଛି ଯେ ରବିବାର ବିଳମ୍ବିତ ରାତ୍ରିରେ ମହେନ୍ଦ୍ରୱାଡି ଏବଂ ମାଖନନରର ବାସିନ୍ଦାମାନେ ଏକ ବିବାହ ଉତ୍ସବରେ ଯୋଗ ଦେଇ ବୁଧନିରୁ ଏକ କାରରେ ଫେରୁଥିଲେ ।
ଏତିକିବେଳେ ସେମାନଙ୍କ ଗାଡ଼ି ଏକ ଶସ୍ୟ ବୋଝେଇ ଟ୍ରକ୍ଟର ଏବଂ ଟ୍ରଲି ସହିତ ଧକ୍କା ହୋଇଥିଲା ।
ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬ଜଣଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହାସପାତାଳରେ ଭର୍ତି କରାଯାଇଛି । କାରଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଯାଇଛି ।
ମୃତକମାନେ ହେଲେ ସାହିଲ ଯାଦବ (୧୯), ହରି ସିଂ (୫୭), ଶୁଭମ ମୋରାପ୍ପା (୧୮), ଭିନେଟ ଯାଦବ (୨୨) ଏବଂ ସନ୍ତୋଷ ପ୍ରଜାପତି ବୋଲି ଜଣାପଡ଼ିଛି । ଖବର ପାଇ ପୁଲିସ ଘଟଣା୍ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।