ମହିଳା ହାବିଲଦାର ନିର୍ଯାତନା ଘଟଣା, ଆରଆଇଙ୍କ ବଦଳି
ଅନୁଗୋଳରେ ମହିଳା ହାବିଲଦାରଙ୍କୁ ନିର୍ଯାତନା ଘଟଣାରେ ଗୃହ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଘଟଣାରେ ସମ୍ପୃକ୍ତ ରିଜର୍ଭ ଇନ୍ସପେକ୍ଟର ଗୋବିନ୍ଦ ମାହାରିଙ୍କ ବଦଳି ହୋଇଛି ।
ତାଙ୍କୁ ଅନୁଗୋଳରୁ କଳାହାଣ୍ଡିକୁ ବଦଳି କରାଯାଇଛି । ଅନୁଗୋଳ ଏସପିଙ୍କ ସୁପାରିସକ୍ରମେ ରିଜର୍ଭ ଇନ୍ସପେକ୍ଟର ଶ୍ରୀ ମାହାରିଙ୍କୁ କଳାହାଣ୍ଡିକୁ ବଦଳି କରାଯାଇଛି ।
ଏହି ଘଟଣାରେ ମହିଳା ହାବିଲଦାରଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଅନୁଗୋଳ ଏସପି ଅଫିିସ ସମ୍ମୁଖରେ ପୀଡ଼ିତା ଓ ସହକର୍ମୀମାନେ ଧାରଣା ଦେଇଥିଲେ ।
ଅନୁଗୋଳ ଏସପି ଘଟଣାକୁ ଗୁରୁତର ସହିତ ଗ୍ରହଣ କରି ନିର୍ଯର୍ାତିତା ମହିଳା ହାବିଲଦାରଙ୍କୁ ଅନଶନରୁ ଉଠିବା ପାଇଁ କହିବା ସହ ଉତର କେନ୍ଦ୍ରାଂଚଳ ଆଇଜି ସତ୍ୟବ୍ରତ ଭୋଇଙ୍କ ନିର୍ଦେଶକ୍ରମେ ଆରଆଇ ଶ୍ରୀ ମାହାରିଙ୍କୁ କଳାହାଣ୍ଡିକୁ ବଦଳି କରାଯାଇଛି ।