ବଦଲିଲା ପାନ କାର୍ଡ ନିୟମ
ପାନ କାର୍ଡ ନିୟମ ବଦଳିବାକୁ ଯାଉଛି ।
ମେ ମାସ ଆରମ୍ଭ ହେବା ସହିତ ପାନ କାର୍ଡ ସହିତ ଜଡ଼ିତ ନିୟମରେ ଏକ ବଡ଼ ପରିବର୍ତନ ହେବାକୁ ଯାଉଛି ।
ଯଦି ଆପଣ ସମୟ ମଧ୍ୟରେ ଆବଶ୍ୟକୀୟ ପଦକ୍ଷେପ ନ ନିଅନ୍ତି, ତେବେ ଆପଣଙ୍କର ପାନ କାର୍ଡ ନିଷ୍କ୍ରିୟ ହୋଇପାରେ, ଯାହା ଫଳରେ ଆପଣଙ୍କର ବ୍ୟାକିଂ ଏବଂ ଆର୍ଥିକ କାର୍ଯ୍ୟକଳାପ ଅଟକି ଯାଇପାରେ । ମେ ୧ତାରିଖରୁ ପାନ କାର୍ଡ ନିୟମ ପରିବର୍ତନ ହେବାକୁ ଯାଉଛି । ଯଦି ଆପଣଙ୍କର ଆଧାର ଲିଙ୍କ ହୋଇନାହିଁ, ତେବେ ଆପଣଙ୍କର କାର୍ଡର କୌଣସି ମୂଲ୍ୟ ନାହିଁ ।
ବର୍ଦ୍ଦିତ ଟିଡିଏସର ଦ୍ୱିଗୁଣିତ ପ୍ରଭାବ ସହିତ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନାରୁ ରକ୍ଷା ପାଇବା ପାଇଁ ତୁରନ୍ତ ହିଁ ଏହି ୫ଟି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ହେବ । ଆୟକର ବିଭାଗ ମେ ୧ ତାରିଖ ୨୦୨୬ ମସିହାରୁ ପାନ କାର୍ଡର ବ୍ୟବହାର ଏବଂ ଯାଂଚ ପାଇଁ କଠୋର ନିୟମ ଲାଗୁ କରିବାକୁ ଯାଉଛନ୍ତି ।
ଏହି ନିୟମାବଳୀ ପାଳନ କରୁ ନଥିବା ପାନ କାର୍ଡଗୁଡ଼ିକୁ ନିଷ୍କ୍ରିୟ କରି ଦିଆଯିବ । ଯଦି ଆପଣ ଏପର୍ଯ୍ୟନ୍ତ ଆପଣଙ୍କର ପାନକୁ ଆଧାର ସହିତ ଲିଙ୍କ କରିନାହାଁନ୍ତି, ତେବେ ଆପଣଙ୍କର ପାନ କାର୍ଡ ମେ ମାସ ୧ ତାରିଖରୁ ନିଷ୍କ୍ରିୟ ହୋଇଯିବ । ଏହାକୁ ସକ୍ରିୟ ରଖିବା ପାଇଁ ୧,୦୦୦ ବିଳମ୍ବ ଶୁଳ୍କ ଦେଇ ତୁରନ୍ତ ଲିଙ୍କ ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ ।
ମେ ୧ତାରିଖରୁ ୫୦,୦୦୦ରୁ ଅଧିକ ନଗଦ କାରବା ପାଇଁ ତୁରନ୍ତ ଡିଜିଟାଲ ଯାଂଚ ସହିତ ଏକ ପାନ କାର୍ଡ ପ୍ରଦାନ କରିବା ବାଧ୍ୟତାମୂଳକ ହେବ । ଯାଂଚ ସମାପ୍ତ ନ ହେଲେ ବ୍ୟାଙ୍କଗୁଡ଼ିକ ଏପରି କାରିବାରକୁ ଅବରୋଧ କରିପାରନ୍ତି । ଯଦି ଆପଣଙ୍କ ପାନ କାର୍ଡରେ ନାମ, ଜନ୍ମ ତାରିଖ, କିମ୍ବା ଫଟୋଗ୍ରାଫ ଭୁଲ ରହିଛି, ତେବେ ଏହାକୁ ତୁରନ୍ତ ସଂଶୋଧନ କରନ୍ତୁ ।
ଭୁଲ ସୂଚନା ପ୍ରଦାନ କରିବା କିମ୍ବା ଜାଣିଶୁଣି ଭୁଲ ପାନ ନମ୍ବର ପ୍ରବେଶ କରିବାଦ୍ୱାରା ୧୦,୦୦୦ ପର୍ଯ୍ୟନ୍ତ ଜୋରିମାନା ହୋଇପାରେ । ଯଦି ଆପଣଙ୍କର ପାନ ପୂର୍ବରୁ ନିଷ୍କ୍ରିୟ ହୋଇସାରିଛି, ତେବେ ଏହାକୁ ପୁନଃସକ୍ରିୟ କରିବା ପାଇଁ ଏହାକୁ ଆପଣଙ୍କର ଆଧାର ଲିଙ୍କ କରନ୍ତୁ । ମନେ ରଖନ୍ତୁ ଯେ ପୁନଃ ସକ୍ରିୟ ହେବା ପାଇଁ ୩୦ଦିନ ପର୍ଯ୍ୟନ୍ତ ସମୟ ଲାଗିପାରେ ।
ତେଣୁ ମେ ୧ ତାରିଖ ପର୍ଯ୍ୟନ୍ତ ସମୟ ଅପେକ୍ଷା କରନ୍ତୁ ନାହିଁ । ସରକାର ଏବେ ଇ-ପାନକୁ ପ୍ରାଥମିକତା ଦେଉଛନ୍ତି । ଯଦି ଆପଣଙ୍କର ଫିଜିକାଲ କାର୍ଡ ହଜିଯାଇଛି, ତେବେ ଆପଣଙ୍କର ଆର୍ଥିକ କାର୍ଯ୍ୟକଳାପ ନିରବଚ୍ଛିନ୍ନ ଭାବରେ ଜାରି ରଖିବା ପାଇଁ ମେ ୧ ପୂର୍ବରୁ ଏକ ଡିଜିଟାଲ କପି ଡାଉନଲୋଡ କରନ୍ତୁ ।