କେଉଁଝରରେ ଭଉଣୀର କଙ୍କାଳ ନେଇ ବ୍ୟାଙ୍କ ଯିବା ଘଟଣା
ବ୍ୟାଙ୍କ କର୍ତୃପକ୍ଷ ଦାୟୀ : ଆରଡିସି
କେଉଁଝରରେ ଜଣେ ଆଦିବାସୀ ବ୍ୟକ୍ତିଙ୍କୁ ତାଙ୍କ ସ୍ୱର୍ଗୀୟା ଭଉଣୀଙ୍କ ଟଙ୍କା ବ୍ୟାଙ୍କ ନ ଦେବା ଓ ଭଉଣୀ ମରିଯାଇଥିବା କଥାକୁ ପ୍ରମାଣିତ କରିବାକୁ ଯାଇ କବରରୁ ଭଉଣୀର କଙ୍କାଳ ତାଡ଼ି ନେଇ ବ୍ୟାଙ୍କରେ ପହଂଚିବା ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଏହି ଘଟଣାରେ ଭାଇ ଜିତୁ ମୁଣ୍ଡାଙ୍କୁ ମଧ୍ୟ ବ୍ୟାଙ୍କ କର୍ତୃପକ୍ଷ ତାଙ୍କ ଭଉଣୀଙ୍କ ଆକାଉଟରେ ଥିବା ଜମାରାଶି ଫେରା ଦେଇଛନ୍ତି ଜିତୁ ମୁଣ୍ଡାଙ୍କୁ ସମସ୍ତ ସରକାରୀ ସହାୟତା, ଅନୁକମ୍ପା ରାଶି ଓ ଅନ୍ୟାନ୍ୟ ସହାୟତା ମିଳିସାରିଛି । ସେ ପ୍ରାୟ ୭୦ ହଜାରରୁ ଅଧିକ ନଗଦ ଟଙ୍କା ମଧ୍ୟ ସହାୟତା ରାଶି ଆକାରରେ ପାଇସାରିଛନ୍ତି ।
ତଥାପି କାହିଁକି ଜଣେ ଅଶିକ୍ଷିତ ଆଦିବାସୀଙ୍କୁ ଏଭଳି କରିବାକୁ ପଡ଼ିଲା ତା’ର ଆରଡିସିସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦେଶ ଜାରି ଦେଇଛନ୍ତି ।
ତଦନୁଯାୟୀ ଆରଡିସି ଏହି ଘଟଣାର ତଦନ୍ତ କରି ଏଥିପାଇଁ ବ୍ୟାଙ୍କ କର୍ତୃପକ୍ଷ ଦାୟୀ ବୋଲି ତଦନ୍ତ ରିପୋର୍ଟରେ ଦର୍ଶାଇଛନ୍ତି ।
ଅନ୍ୟପଟେ ଏହି ଘଟଣା ପରେ ସର୍ବଦା ଆଦିବାସୀଙ୍କ ଉନ୍ନତି ଓ ବିକାଶର କଥା କହୁଥିବା ସରକାରଙ୍କ କଥାର ସତ୍ୟତା ପ୍ରମାଣିତ ହୋଇଛି । ଏଥିସହ ସର୍ବସାଧାରଣରେ ବ୍ୟବସ୍ଥାକୁ ନେଇ ୫ଟି ପ୍ରଶ୍ନ ଉଠିଛି ଯଥା
କଙ୍କାଳ ଫେରାଇ ନେବାକୁ ପୁଲିସ ଗାଡ଼ି କି ଆମ୍ବୁଲାନ୍ସ ବ୍ୟବସ୍ଥା ହେଲାନି କାହିଁକି ?
୨. ଜିତୁ ବ୍ୟାଙ୍କରେ ପ୍ରାୟ ଅଧଘଂଟା ରହିଥିଲେ, ତାଙ୍କୁ ବ୍ୟାଙ୍କ ପ୍ରକ୍ରିୟା ବିଷୟରେ କେହି ବୁଝାଇଥିଲେ କି
? ୩. ତାଙ୍କୁ କେହି ବ୍ୟାଙ୍କ କର୍ମଚାରୀ ସହାୟତା କରିଥିଲେ କି?
୪. କଙ୍କାଳକୁ କାନ୍ଧରେ ଆଣିବାବେଳେ କୁଆଡ଼େ ଯାଇଥିଲା ମାନବିକତା ? ଏବଂ
୫. ଜନତା, ଜନ ପ୍ରତିନିଧି, ପୁଲିସ ଓ ପ୍ରଶାସନ କ’ଣ କରୁଥିଲେ ? କାରଣ ନିଜ ଭଉଣୀଙ୍କ ଟଙ୍କା ପାଇବା ପାଇଁ ଜିତୁ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ୪ ଥର ଦୌଡ଼ିଥିଲେ ।
ଶେଷରେ ବ୍ୟାଙ୍କ ମ୍ୟାନେଜର ମଧ୍ୟ ତାଙ୍କୁ ଟଙ୍କା ଦିଆଯାଇପାରିବ ନି କହି ଫେରାଇ ଦେଇଥିବା ଜିତୁ କହିଛନ୍ତି ।
ତେଣୁ ଭଉଣୀ ରେ ମରିଯାଇଛି ଏହା ପ୍ରମାଣିତ କରିବା ପାଇଁ କବର ତାଡ଼ି ସେ ଭଉଣୀର କଙ୍କାଳ ଆଣିଥିଲେ ବୋଲି ଜିତୁ କହିଛନ୍ତି ।