ବେଙ୍ଗାଲୁରୁରେ ଝଡ଼ବର୍ଷା, ୧୦ ମୃତ
ବେଙ୍ଗାଲୁରୁରେ ଗତକାଲି ଏକ ଶକ୍ତିଶାଳୀ ଝଡ଼-ବର୍ଷା ଯୋଗୁଁ ବ୍ୟାପକ କ୍ଷତି ଘଟିଛି ।
ବୋରିଂ ହସ୍ପିଟାଲର କମ୍ପାଉଣ୍ଡ ପାଚେରି ଭୁଶୁଡ଼ି ପଡ଼ିବା ଫଳରେ ସାତଜଣଙ୍କ ମୃତ୍ୟୁ ଘଟିଛି ଏବଂ ନଅଜଣ ଆହତ ହୋଇଛନ୍ତି ।
ମୃତକଙ୍କ ମଧ୍ୟରେ ଜଣେ ଛଅବର୍ଷର ଝିଅ ମଧ୍ୟ ଅଛି । ଏହି ଦୁର୍ଘଟଣା ଶିବାଜୀନଗର ଅଂଚଳରେ ଘଟିଛି ।
ଯେଉଁଠାରେ ଲୋକମାନେ ବର୍ଷାରୁ ରକ୍ଷା ପାଇବା ପାଇଁ କାନ୍ଥକୁ ଆଉ ପଡ଼ିଥିଲେ । ଅନ୍ୟାନ୍ୟ ସ୍ଥାନରେ ଅନ୍ୟ ତିନିଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି ।