‘ତେଲ ଦରବୃଦ୍ଧି’ ଗୁଜବ କହିଲା ପିଆଇବି
ପେଟ୍ରୋଲ ଓ ଡିଜେଲ ଦର ବଢ଼ିଥିବା ନେଇ ସାମାଜିକ ଗଣମାଧ୍ୟମରେ ବ୍ୟାପକ ଗୁଜବ ପ୍ରଚାର ହେଉଛି ।
ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ବିଜ୍ଞପ୍ତି ବୋଲି ଦର୍ଶାଇ କେତେକ ପୋଷ୍ଟରେ ପେଟ୍ରୋଲ ଦର ଲିଟର ପ୍ରତି ୧୦ଟଙ୍କା ଓ ଡିଜେଲ ୧୨ ଟଙ୍କା ୫୦ ପଇସା ବଢ଼ିଥିବା ଦାବି କରିଛନ୍ତି ।
ସେହି ଦାବିକୁ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଫ୍ୟାକ୍ଟ ଚେକ ଶାଖା ପକ୍ଷରୁ ଦୃଢ଼ ଭାବେ ଖଣ୍ଡନ କରାଯାଇଛି ।
ଏହି ବିଜ୍ଞପ୍ତି ଜାଲ ଓ ନକଲି ବୋଲି ଜଣାଇବା ସହ ଏଭଳି ଭୁଲ ତଥ୍ୟ ଉପରେ ବିଶ୍ୱାସ ନ କରିବାକୁ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି ।
ତେଲ କମ୍ପାନୀଗୁଡ଼ିକ ଏବେ ଉଭୟ ପେଟ୍ରୋଲ ଓ ଡିଜେଲ ବିକ୍ରିରେ କ୍ଷତି ସହୁଛନ୍ତି । ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବ ବୋଲି ରେଟିଂ ଏଜେନ୍ସି ଓ ବ୍ରୋକରେଜ ସଂସ୍ଥାଗୁଡ଼ିକ ଆକଳନ କରିଥିଲେ ।
ସେହି ସମସ୍ତ ଆକଳନକୁ ମଧ୍ୟ ସରକାର ଗୁଜବ ଓ ମିଥ୍ୟା ବୋଲି କହିଥିଲେ ।
ପେଟ୍ରୋଲିୟମ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ତେଲ ଦର ବଢ଼ାଇବାର କୌଣସି ଯୋଜନା ବର୍ତମାନ ବିଚାରାଧୀନ ନାହିଁ । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦଳରରେ ବୃଦ୍ଧିର ଧାରା ଜାରି ରହିଥିଲେ ମଧ୍ୟ ସାଧାରଣ ଗ୍ରାହକଙ୍କ ଉପରେ ତାହାର କୌଣସି ତକ୍ରାଳ ପ୍ରଭାବ ପଡ଼ିବାର ନାହିଁବୋଲି ସେ କହିଛନ୍ତି ।