ମହିଳା ସଂରକ୍ଷଣ ନେଇ ବିଜେପି ଉପରେ ବର୍ଷିଲେ ନବୀନ
ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଆଜି ଶାସକ ବିଜେପି ସରକାରଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ।
୧୩୧ତମ ସମ୍ବିଧାନ ସଂଶୋଧନ ବିଲ ଉପରେ ଆଲୋଚନା ପାଇଁ ରାଜ୍ୟ ସରକାର ଅଧିବେଶନ ଡାକିଥିବାବେଳେ ରାଜ୍ୟରେ ମହିଳାଙ୍କ ସ୍ଥିତି ଏବଂ ପ୍ରସ୍ତାବିତ ସୀମା ନିର୍ଦ୍ଦାରଣ ବିଲକୁ ନେଇ ଗୃହରେ ହଙ୍ଗାମା ଦେଖିବାକୁ ମିଳିଛି । ଗୃହକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ରାଜ୍ୟରେ ମହିଳାଙ୍କ ସମ୍ମାନ ଆଜି ଭୁଲୁଣ୍ଠିତ ହୋଇଛି ।
ଜଣେ ମହିଳାଙ୍କ ମୃତ୍ୟୁ ପାଇଁ ତାଙ୍କ ପରିବାରକୁ କବରରୁ କଙ୍କାଳ ଖୋଳି ବ୍ୟାଙ୍କକୁ ନେବାକୁ ପଡ଼ିଲା । ମୃତ ମହିଳାଙ୍କ ଭାଇ ବାରମ୍ବାର ବ୍ୟାଙ୍କ ଦୌଡ଼ିବା ସତ୍ୱେ କେବଳ ପ୍ରମାଣ ପାଇଁ ତାଙ୍କୁ ହଇରାଣ କରାଗଲା, ଶେଷରେ କଂକାଳ ଦେଖାଇ ଫେରିବା ବେଳେ ତାହାକୁ ୁ ପୁଣି ଚାଲି ଚାଲି କାନ୍ଧରେ ବୋହି ଆଣିବାକୁ ପଡ଼ିଥିଲା ।
ଏହା ପ୍ରଶାସନର ଶୂନ୍ୟ ଉତରଦାୟିତ୍ୱ ଏବଂ ସରକାରଙ୍କ ସମ୍ବେଦନହୀନତାର ଚରମ ସୀମା ।
ଏହି ଘଟଣାକୁ ନେଇ ଆଜି ବିବିସି ଓ ନ୍ୟୁୟର୍କ ପୋଷ୍ଟ ଭଳି ଆନ୍ତର୍ଜାତୀୟ ଗଣମାଧ୍ୟମରେ ଓଡ଼ିଶା ଚର୍ଚାରେ ରହିଛି । ଆମେରିକା ମଧ୍ୟ ନିଜ ନାଗରିକଙ୍କ ପାଇଁ ଆଡଭାଇଜରି ଜାରି କରି ଓଡ଼ିଶା ଆସିବାକୁ ବାରଣ କରିଛି । ତାଙ୍କର ବକ୍ତବ୍ୟ ଥିଲା ଯେ ମହିଳା ସଶକ୍ତିକରଣ ନାମରେ ବିଜେପି କେବଳ ପ୍ରଚାର କରୁଛି ବୋଲି ସେ ଅଭିଯୋଗ କରିଛନ୍ତି ।
ବିଶେଷ କରି ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲାରେ ଏଭଳି ଅମାନୁଷିକ ଘଟଣା ଘଟିବା ରାଜ୍ୟ ପାଇଁ ଦୁର୍ଭାଗ୍ୟଜନକ ।
ମହିଳା ସଂରକ୍ଷଣ ବିଲକୁ ବିଜେଡି ସବୁବେଳେ ସମର୍ଥନ କରି ଆସିଛି ବୋଲି ସେ ସ୍ପଷ୍ଟ କରିଛନ୍ତି । କିନ୍ତୁ ବିଲ ଆଳରେ ସୀମା ନିର୍ଦ୍ଦାରଣକୁ ଲଦି ଦେବା ଏକ ଗୋପନୀୟ ଚକ୍ରାନ୍ତ ।
ଏହାଦ୍ୱାରା ଓଡ଼ିଶାର ସଂସଦୀୟ ସୀମା ବଦଳିବା ସହ ଆମର ରାଜନୈତିକ ଅଧିକାର କ୍ଷୁର୍ଣ୍ଣ ହେବ ।