ଖାରବେଳଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହୃତ
ପୂର୍ବତନ ସାଂସଦ ଐର ଖାରବେଳ ସ୍ୱାଇଁଙ୍କ ଉପରୁ ନିଲମ୍ବନ ଆଦେଶ ବିଜେପି ପ୍ରତ୍ୟାହାର କରିଛି ।
ଏ ନେଇ ରାଜ୍ୟ ଶୃଙ୍ଖଳା କମିଟି ଆବାହକ ସୁଦର୍ଶନ ନାୟକ ଚିଠି ମାଧ୍ୟମରେ ସୂଚନା ଦେଇଛନ୍ତି ।
୨୦୨୪ ସାଧାରଣ ନିର୍ବାଚନରେ ଦଳୀୟ ଟିକଟରୁ ବଂଚିତ ହେବା ପରେ ଶ୍ରୀ ସ୍ୱାଇଁ ବାଲେଶ୍ୱରରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ସାଂସଦ ପାଇଁ ଲଢ଼ିଥିଲେ ।
ଏହି କାରଣରୁ ତାଙ୍କୁ ୨୦୨୪ ମେ ମାସରେ ଦଳରୁ ନିଲମ୍ବନ କରାଯାଇଥିଲା ।
ତେବେ ଆଜି ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇଛି ବୋଲି ରାଜ୍ୟ ଶୃଙ୍ଖଳା କମିଟି ଆବାହକ ସୁଦର୍ଶନ ନାୟକ ସୂଚନା ଦେଇଛନ୍ତି ।