ଆଜିଠୁ ପଶ୍ଚିମବଙ୍ଗ ଭୟମୁକ୍ତ : ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ବିଜେପି ମୁଖ୍ୟାଳୟରେ ପହଂଚିଛନ୍ତି ।
ପଶ୍ଚିମବଙ୍ଗ, ତାମିଲନାଡ଼ୁ, ଆସାମ, କେରଳ ଏବଂ ପୁଡ଼ୁଚେରୀରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ପାଇଁ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପ୍ରଧାନମନ୍ତ୍ରୀ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି ଯେଉଁମାନେ ମୋତେ ଦେଖିପାରୁ ନାହାଁନ୍ତି, ମୁଁ ସେମାନଙ୍କୁ ଅନୁରୋଧ କରୁଛି ଯେ ସେମାନେ ଯେଉଁଠାରେ ଥାଆନ୍ତୁ ନା କାହିଁକି, ମୋ କଥା ଶୁଣନ୍ତୁ ଏବଂ କାହାକୁ ଆଗକୁ ବଢ଼ିବାକୁ ଦିଅନ୍ତୁ ନାହିଁ ।
ଆଜି ଅନେକେ ଦୃଷ୍ଟିରୁ ଏକ ବିଶେଷ ଦିନ ।
ଏହା ଦେଶର ଉଜ୍ଜ୍ୱଳ ଭବିଷ୍ୟତ ଘୋଷଣା କରିବାର ଦିନ । ଏହା ବିଶ୍ୱାସର ଦିନ । ଆଜି ଅନେକେ ଦୃଷ୍ଟିରୁ ଏକ ବିଶେଷ ଦିନ । ଏହା ଦେଶର ଉଜ୍ଜ୍ୱଳ ଭବିଷ୍ୟତ ଘୋଷଣା କରିବାର ଦିନ । ଏହା ବିଶ୍ୱାସର ଦିନ । ତୁମେ ଏକ ନୂତନ ଇତିହାସ ସୃଷ୍ଟି କରିଛ, ତେଣୁ ପଦ୍ମ ଫୁଟାଇଛ । ତୁମ୍ଭେ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଛ । ବର୍ଷବର୍ଷର ପରିଶ୍ରମ ଆଜି ସଫଳ ହୋଇଛି ।
ପ୍ରତିଟି ବିଜେପି କର୍ମୀଙ୍କ ଖୁସିରେ ମୁଁ ସାମିଲ ରହିଛି । ଆଜିର ଦିନ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ଯାହା ଗଣତନ୍ତ୍ର ଉପରେ ଲୋକଙ୍କ ଭରସା ଦର୍ଶାଉଛି । ଆଜି କେବଳ ଗଣତନ୍ତ୍ରର ବିଜୟ ହୋଇନି, ସମ୍ବିଧାନ ବି ଜିତିଛି । ପଶ୍ଚିମବଙ୍ଗରେ ୯୩ ପ୍ରତିମାତ ମତଦାନ ଐତିହାସିକ । ଏଥିରେ ବି ମହିଳାଙ୍କ ଭାଗିଦାରୀ ଅଧିକ ରହିଛି ।
ଏଥିପାଇଁ ମୁଁ ନିର୍ବାଚନ ଆୟୋଗଙ୍କୁ ଧନ୍ୟବାଦ ଜଣାଉଛି । ଆପଣଙ୍କ ଅବଦାନ ସବୁଦିନ ପାଇଁ ମନେ ରହିବ । ବହିାର ଫଳାଫଳ ବେଳେ କହିଥିଲି ଗଙ୍ଗା ଏବେ ବଙ୍ଗକୁ ପ୍ରବାହିତ ହେବ । ଗଙ୍ଗୋତ୍ରୀରୁ ଗଙ୍ଗାସାଗର ସବୁଠି ପଦ୍ମ ଫୁଟିଲା । ଗଙ୍ଗା ଉପକୂଳରେ ଥିବା ସବୁ ରାଜ୍ୟରେ ପଦ୍ମ ଫୁଟିଛି । ଆମ ଉପରେ ଉଭୟ ଗଙ୍ଗା ଏବଂ ବ୍ରହ୍ମପୁତ୍ରଙ୍କ ଆର୍ଶୀବାଦ ନିଶ୍ଚୟ ରହିଛି ।
ଆସାମରେ ବିଜେପିକୁ ତୃତୀୟ ଥର ସମର୍ଥନ ମିଳିଛି ।