ବିଜେଡିର ନୂତନ କର୍ମକର୍ତା ଓ ଜିଲା ସଭାପତି ନିଯୁକ୍ତ
ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଆଜି ୮ଟି ଜିଲାର ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ନାମ ଘୋଷଣା କରାଯାଇଛି ।
ଆଜି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସ୍ୱାକ୍ଷରିତ ବିଜ୍ଞପ୍ତିରେ ଏ ନେଇ ସୂଚିତ କରାଯାଇଛି । ବିଜେଡି ଜିଲା ସଭାପତି ନିର୍ବାଚନରେ ନିଦ୍ୱନ୍ଦ୍ୱରେ ୧୬ ନେତା ନିର୍ବାଚିତ ହୋଇଛନ୍ତି । ବିଜ୍ଞପ୍ତି ଅନୁସାରେ ଖୋର୍ଦ୍ଧା ଜିଲା ସଭାପତି ଭାବେ ରାଜେନ୍ଦ୍ର କୁମାର ସାହୁ, ବାଲେଶ୍ୱର ଜିଲା ସଭାପତି ଭାବେ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଖୋର୍ଦ୍ଧା ଜିଲା କାର୍ଯ୍ୟକାରୀ ସଭାପତି ମନ୍ମଥ ରାଉତରାୟ, ବାଲେଶ୍ୱର ଜିଲା କାର୍ଯ୍ୟକାରୀ ସଭାପତି ଗୌତମ ବୁଦ୍ଧ ଦାସ, ଅନୁଗୁଳ ଜିଲା କାର୍ଯ୍ୟକାରୀ ସଭାପତି ନଳିନୀକାନ୍ତ ପ୍ରଧାନ, ବୌଦ୍ଧ କାର୍ଯ୍ୟକାରୀ ସଭାପତି ମହିଧର ରଣା, ଢେଙ୍କାନାଳ ଜିଲା କାର୍ଯ୍ୟକାରୀ ସଭାପତି ନରୋତମ ସାହୁ, କେନ୍ଦୁଝର ଜିଲା କାର୍ଯ୍ୟକାରୀ ସଭାପତି ପ୍ରମୋଦ ପଟ୍ଟନାୟକଙ୍କୁ ନିଯୁକ୍ତ କରାଯାଇଛି ।
ସେହିପରି ପଂଚାୟତ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି ଓ ମଣ୍ଡଳସ୍ତରୀୟ ମହିଳା ବିଜେଡି କର୍ମକର୍ତା ସମ୍ମିଳନୀ ଅନୁଷ୍ଠିତ ନିମନ୍ତେ ଅନ୍ୟ ଏକ ବିଜ୍ଞପ୍ତି ଘୋଷଣା କରାଯାଇଛି । ବିଜ୍ଞପ୍ତିରେ ଦଳର କାର୍ଯ୍ୟକର୍ତାଙ୍କ ନାମ ଘୋଷଣା କରାଯାଇଛି । ଉପସଭାପତି ଭାବେ ବାଲେଶ୍ୱରର ରଘୁନାଥ ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି । ନିକଟରେ ରଘୁନାଥ ମହାନ୍ତି ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ ।
ସେହିପରି ଜଗତସିଂହପୁରର ରଘୁନନ୍ଦନ ଦାସ, ବାଲେଶ୍ୱରର ଜୀବନପ୍ରଦୀପ ଦାସ, ବାରିପଦାର ସାନନ୍ଦ ମାରାଣ୍ଡି, କଟକ ସଦରର ଚନ୍ଦ୍ର ସାରଥୀ ବେହେରା, ସତ୍ୟବାଦୀର ରମା ରଞ୍ଜନ ବଳିଆର ସିଂହଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି । ସାଧାରଣ ସମ୍ପାଦକ ଭାବେ ସୁଦର୍ଶନ ହରିପାଲ, ପ୍ରଦୀପ କୁମାର ସାହୁ, ସୁଜାତା ସାହୁ, ମନୋରମା ମହାନ୍ତି, ମାଧବ ଧଡ଼ା, ରୂପେଶ କୁମାର ପାଣିଗ୍ରାହୀ, ସୁନୀଲ ମହାନ୍ତି, ବିଶ୍ୱ ରଞ୍ଜନ ମଲ୍ଲିକ, ଅଭିମନ୍ୟୁ ସେଠୀ, ରୋହିତ ଯୋସେଫ ତିର୍କି, ରୁଦ୍ର ପ୍ରତାପ ମହାରଥୀ, ପ୍ରମୋଦ ସାମଲ, କାଶୀନାଥ ହେମ୍ବ୍ରମ, ବିଷ୍ଣୁବ୍ରତ ରାଉତରାୟ, ଅବିନାଶ ସାମଲ, ଇଶ୍ୱର ପାଣିଗ୍ରାହୀ, ଗୋବର୍ଦ୍ଦନ ଦାସ, ମହମ୍ମଦ ଡବଲୁ ସକିଲ, ସୁବାସ ଚନ୍ଦ୍ର ପାତ୍ର, ଜଗଦୀଶ ପାତ୍ର, ସୁରେନ୍ଦ୍ର ମହାପାତ୍ର, ଜଗବନ୍ଧୁ ଦାସ, ଶିଶିର ପରିଜା, ପ୍ରଶାନ୍ତ ନାୟକ, ଅମୀୟ ଦାସ, ବିପ୍ଲବ ପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି ।
ଏହା ବ୍ୟତୀତ ୪୪ଜଣଙ୍କୁ ସମ୍ପାଦକ ଓ ୧୧ଜଣଙ୍କୁ ଯୁଗ୍ମ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି ।