ଡିଏମକେ ସହ ମେଂଟ ଭାଙ୍ଗିଲା କଂଗ୍ରେସ
ତାମିଲନାଡ଼ୁରେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଭେଟ୍ରି ଟିଭିକେକୁ ବୁଧବାର ସମର୍ଥନ ଘୋଷଣା କରିବା ସହ ରାଜ୍ୟ ରାଜନୀତିରେ ଏଥି ସହ ରାଜ୍ୟରେ ଡିଏମକେ ସହିତ ଦଶନ୍ଧି ପୂୁରୁଣା ମେଂଟ ଭାଙ୍ଗି ଯାଇଛି ।
କଂଗ୍ରେସ କହିଛି ଯେ ଟିଭିକେ ସହିତ ଏହାର ମେଂଟ କେବଳ ଏହି ସରକାର ଗଠନ ପାଇଁ ନୁହେଁ, ବରଂ ସ୍ଥାନୀୟ ସଂସ୍ଥା, ଲୋକସଭା ଓ ରାଜ୍ୟସଭାର ଭବିଷ୍ୟତ ନିର୍ବାଚନ ପାଇଁ ମଧ୍ୟ ବଳବତର ରହିବ ବୋଲି ଏଆଇସିସି ନେତା ଗିରିଶ ଚୋଡ଼ନକର କହିଛନ୍ତି ।
ଜାତୀୟ ସ୍ତରରେ ନିର୍ବାଚନରେ ବିଜେପିକୁ ମୁକାବିଲା କରିବା ପାଇଁ ଗଠିତ ଇଣ୍ଡିମେଂଟରେ କଂଗ୍ରେସ ଓ ଡିଏମକେ ଏକାଠି ରହିପାରନ୍ତି । କାରଣ କଂଗ୍ରେସ ନେତାମାନେ ସୂଚାଇଛନ୍ତି ଯେ ବାମପନ୍ଥୀ ଦଳ, ତୃଣମୂଳ କଂଗ୍ରେସ (ଟିଏମସି) ଓ କଂଗ୍ରେସ ରାଜ୍ୟରେ ପରସ୍ପର ବିରୋଧରେ ଲଢ଼େଇ ସତ୍ୱେ ଏହି ଗୋଷ୍ଠୀରେ ରହିଛନ୍ତି ।
ତେବେ ଏହି ନିଷ୍ପତି ଇଣ୍ଡିମେଂଟର ଏକତା ଓ ସମନ୍ୱୟ ଉପରେ ସନେ୍ଦହ ସୃଷ୍ଟି କରିପାରେ ।
ଭାରତର ସମ୍ବିଧାନରେ ବିଶ୍ୱାସ କରୁ ନଥିବା କୌଣସି ସାମ୍ପ୍ରଦାୟିକ ଶକ୍ତିକୁ ଦୂରେଇ ରଖିବା ଉପରେ ଆମର ସମର୍ଥନ ସର୍ତମୂଳକ ହେବ ବୋଲି ଚୋଡ଼ନକର କହିଛନ୍ତି । ତାମିଲନାଡ଼ୁରେ ସରକାର ଗଠନ ପାଇଁ ସମର୍ଥନ ଜଣାଇବାକୁ ବିଜୟ କଂଗ୍ରେସକୁ ଆନୁଷ୍ଠାନିକ ଭାବେ ଅନୁରୋଧ କରିବା ପରେ କଂଗ୍ରେସ ଏହି ଘୋଷଣା କରିଛି ।
ଡିଏମକେ ଓ କଂଗ୍ରେସ ମଧ୍ୟରେ ସମ୍ପର୍କ କିଛିଦିନ ହେଲା ତିକ୍ତ ରହିଛି । ରାହୁଳ ଗାନ୍ଧୀ ଓ ଡିଏମକେ ମୁଖ୍ୟ ଏମ କେ ଷ୍ଟାଲି ପ୍ରଚାର ସମୟରେ ମଂଚ ଅଂଶୀଦାର କରି ନଥିଲେ ।
ଏହା ଜଣା ଯେ ରାହୁଳ ଗାନ୍ଧୀ ବିଜୟଙ୍କ ସହ ଆସନ ଭାଗବଂଟା ଚୁକ୍ତି କରିବାକୁ ଖୋଲା ଥିଲେ, କିନ୍ତୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓ ତାମିଲନାଡ଼ୁ ନେତୃତ୍ୱ ନିଶ୍ଚିତ କରିଥିଲେ ଯେ ଦଳ ଡିଏମକେ ସହିତ ରହିବ ।
କଂଗ୍ରେସର ବିବୃତିରେ ବିଜୟ ଓ ରାହୁଙ୍କ ବିଷୟରେ ଉଲ୍ଲେଖ କରି କୁହାଯାଇଛି ଯେ ଏକ ଧର୍ମ ନିରପେକ୍ଷ ଓ ପ୍ରଗତିଶଳ ସରକାର ପାଇଁ ତାମିଲନାଡ଼ୁର ଲୋକଙ୍କ ଏହି ଐତିହାସିକ ରାୟକୁ ସମ୍ମାନ ଜଣାଇବା ଏବଂ ବିଶେଷ କରି ତାମିଲନାଡ଼ୁର ଯୁବକମାନଙ୍କ ସ୍ୱପ୍ନ ଓ ପ୍ରତିଶ୍ରୁତି ପୂରଣ କରିବାକୁ ସେମାନେ ପ୍ରତିଶ୍ରୁତିବଦ୍ଧ ।